ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ଓ ନଗର ବିଜେପି କର୍ମୀଙ୍କ ଉଦ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜିଙ୍କ ଜନ୍ମ ତିଥି ପାଳନ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି । ଏହି ରକ୍ତ ଦାନ ଭଳି ମହାପୂଣ୍ୟ କାର୍ଯ୍ୟକୁ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଗୋଲକ ବିହାରୀ କହଁର ଓ ଜଗନ୍ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅୟୋଜିତ ହୋଇଯାଇଛି । ଏହି ପୂଣ୍ୟ କାର୍ଯ୍ୟକୁ ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି, ଆଇନଜୀବୀ ଭଗବାନ ମହାନ୍ତି, ବରିଷ୍ଠ ଆଇନଜୀବୀ ତଥା ପୌର ପରିଷଦର କାଉନସିଲର ରମେଶ ମହାନ୍ତି, ନଗର ସଭାପତି ସୁଶାନ୍ତ କୁମାର ମହାନ୍ତି, କାଉନସିଲର ବସନ୍ତ ସାହାଣୀଙ୍କ ସମେତ ଅନେକ ବରିଷ୍ଠ ବିଜେପି କର୍ମୀଙ୍କ ଉପସ୍ଥିତରେ ରକ୍ତଦାନ କରିବାପାଇଁ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ରକ୍ତଦାନ ମହାପୂଣ୍ୟ କାର୍ଯ୍ୟରେ ଚାଳିଶି ଜଣ ରକ୍ତଦାତା ରକ୍ତ ଦାନ କରି ନିଜକୁ ଜଣେ ଜଣେ ରକ୍ତ ଦାତା ଭାବେ ଧନ୍ୟ ମନେ କରିଥିଲେ । ଏଭଳି ମହତ କାର୍ଯ୍ୟକୁ ଯୁବ ମୋର୍ଚ୍ଚାର କର୍ମୀ ମୋତିଲାଲ ଦିଗାଲ, ଗୋଲାକ ମଲ୍ଲିକ, ରାଇମୋହନ ବେହେରା ଓ ଅନ୍ୟମାନେ ମିଳିତଭାବେ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ରକ୍ତଦାନ ଶିବିରରେ ମୋଟ ୪୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।