ବିଶ୍ୱ ହିନ୍ଦୁ ପରିଷଦର ସାରଙ୍ଗଡଠାରେ ୧୨ ପ୍ରଖଣ୍ଡର ବୈଠକ

0 74

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦର ୧୨ଟି ପ୍ରଖଣ୍ଡର ବୈଠକ ସାରଙ୍ଗଡ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ବିଷ୍ଣୁ ଚରଣ ମିଶ୍ର ବୈଠକରେ ସଭାପତିତ୍ୱ କରିଥିଲେ । ବିଶ୍ୱହିନ୍ଦୁ ପରିଷଦର କନ୍ଧମାଳ ଜିଲ୍ଲା ପ୍ରଭାରୀ ଏହି ବୈଠକରେ ଯୋଗ ଦେଇ ସମସ୍ତେ ଏକଯୁଟ ହେବା ସହ ସଂସ୍କୃତି ଓ ପରମ୍ପରା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟ ଧର୍ମ ସମ୍ପ୍ରଦାୟର ଲୋକମାନେ ପ୍ରଲୋଭିତ କରି ନିଜ ଧର୍ମରୁ ବିଚ୍ୟୁତ କରାଉଥିବାରୁ ଆମେ ସତର୍କ ରହିବା ଆବଶ୍ୟକ ବୋଲି କହିଥିଲେ । ସବୁବେଳେ ନିଜ ଧର୍ମ ଶ୍ରେଷ୍ଠ । କିନ୍ତୁ ସାମାନ୍ୟ ପ୍ରଲୋଭନର ବଶବର୍ତ୍ତୀ ହୋଇ ଆମେ ନିଜର ପୂର୍ବ ପୁରୁଷଙ୍କୁ ଭୁଲିଯାଉଛେ । ହିନ୍ଦୁ ଧର୍ମର ରକ୍ଷା ପାଇଁ ଆମର ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଜୀବନକୁ ପ୍ରାଣବଳୀ ଦେଲେ । ହେଲେ ଆଜି ପର୍ଯ୍ୟନ୍ତ ସରକାର ଆମକୁ ନ୍ୟାୟ ପ୍ରଦାନ କଲେନାହିଁ । ଦିନକୁ ଦିନ ବିଧର୍ମୀ ସଂଖ୍ୟା ଜିଲାରେ ବେନିୟମ ଭାବେ ବୃଦ୍ଧି ପାଉଛି । କୌଣସି କ୍ଷେତ୍ରରେ ଧର୍ମାନ୍ତରୀକରଣ ହେଲେ ତ୍ୱରିତ ପୋଲିସ କିମ୍ବା ଆମ କର୍ମକର୍ତ୍ତାଙ୍କୁ ଅବଗତ କରାଇ ବାକୁ ସଭାପତି ବିଷ୍ଣୁ ପ୍ରସାଦ ମିଶ୍ର ସୂଚନା ଦେଇଥିଲେ ।

hiranchal ad1
Leave A Reply

Your email address will not be published.

5 × 5 =