କଳିଙ୍ଗ ବୈଶ୍ୟ ସମାଜ ପକ୍ଷରୁ ସାମୂହିକ ବ୍ରତ

0 63

ନବରଙ୍ଗପୁର: ସ୍ଥାନୀୟ କନ୍ୟକା ପରେମେଶ୍ୱରୀ ମନ୍ଦିରଠାରେ କନ୍ୟକା ପରେମେଶ୍ୱରୀ ମନ୍ଦିର କମିଟି ପକ୍ଷରୁ କଳିଙ୍ଗ ବୈଶ୍ୟ ସମାଜର ସାମୂହିକ ବ୍ରତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୯୦ ଜଣଙ୍କ ବ୍ରତ ସମ୍ପନ୍ନ ହୋଇଥିଲା । ୧୯୦ ଜଣଙ୍କ ମଧ୍ୟରୁ ୭୦ ଜଣ ବିଷ୍ଣୁ ମତଧାରୀ ହୋଇଥିବାବେଳେ ୧୨୦ ଜଣ ଶିବ ମତଧାରୀ ମାନେ ରହିଛନ୍ତି । ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମର ଶ୍ରୀକୋରମମରୁ ବୈଷ୍ଣବ ଗୁରୁ ଶ୍ରୀନିବାସ ଆଚାର୍ଯ୍ୟ ଓ ବେଙ୍ଗୁଲୁର ଲୁକୁନାମର ଜି ସୂର୍ଯ୍ୟ ପ୍ରସାଦ ଶର୍ମା ବ୍ରତ କାର୍ଯ୍ୟ ସମ୍ପନ୍ନ କରିଥିଲେ । କରନା ମହାମାରୀ ଯୋଗୁଁ ଦୀର୍ଘ ସମୟ ଧରି ସାମୂହିକ ବ୍ରତ ମହୋତ୍ସବ ବନ୍ଦ ରହିଥିବାରୁ ଅନେକ ବ୍ରତ ହୋଇନପାରି ବଞ୍ଚିତ ହେଉଥିଲେ । ତେବେ କରନା କଟକଣା କହଳ ହେବା ପରେ ଚଳିତ ବର୍ଷ ପୁଣିଥରେ ଏହି କାର୍ଯ୍ୟକ୍ରମ କରିବାକୁ କମିଟି ସ୍ଥିର କରିଥିଲା । ଜିଲ୍ଲାର ୧୦ ଗୋଟି ବ୍ଲକରୁ ସମାଜର ପ୍ରାୟ ୪ ହଜାର ଜଣ ସାମୂହିକ ବ୍ରତରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମ କମିଟିର ସଭାପତି ପି ଉମା ମହେଶ୍ୱର ଚିନାବାବୁ ଓ ସମ୍ପାଦକ ପି ଭେଙ୍କେଟ ରାଓଙ୍କ ତତ୍ତ୍ୱାବଧନରେ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ କିଶୋର, ରବି, ରମେଶ, ଲକ୍ଷ୍ମଣ ରାଓ ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

seventeen − one =