ପୁରୀ : ଦିନକୁ ଦିନ ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ହେବାର ଲାଗିଛି । କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟ ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି । ଏଭଳି ଦରଦାମ ବୃଦ୍ଧି ସାଧାରଣ ଜନତାଙ୍କୁ ଅସହାୟ କରିଦେଇଛି କିନ୍ତୁ ସରକାର ଏଥିପ୍ରତି ଚିନ୍ତିତ ନାହାନ୍ତି । କେବଳ ମିଛ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଆଜି ପର୍ଯ୍ୟନ୍ତ ଏକ ପ୍ରକାର ଲୁଟିବା ରେ ବ୍ୟସ୍ତ ଅଛନ୍ତି । ଏଭଳି ଅଭିଯୋଗ ନେଇ ଆଜି ପୁରୀ ରେ ଆମ ଆଦମୀ ପାର୍ଟି ପକ୍ଷରୁ ବିକ୍ଷୋଭ କରଯାଇଛି । କେନ୍ଦ୍ର ବିଜେପି ସରକାର ଦରଦାମ ନିୟନ୍ତ୍ରଣରେ ବିଫଳ ହୋଇଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଜିଏସଟି ଟିକସ ଲାଗୁ କରି ଦେଶର ଗରିବ, ମଧ୍ୟବିତ୍ତଙ୍କ ଜୀବନ ଜୀବିକା ବିପନ୍ନ ହେବା ପ୍ରତିବାଦରେ ଆପ ପକ୍ଷରୁ ଏହି ବିକ୍ଷୋଭ କରଯାଇଛି ।
କେନ୍ଦ୍ର ସରକାର ଯେଭଳି ଅତି ଆବଶ୍ୟକ ଖାଦ୍ୟ ପଦାର୍ଥ ଉପରେ ଜିଏସଟି ଲଗେଇ ଲୋକଙ୍କୁ ମହଙ୍ଗା ବୋଝ ଦେଇଛନ୍ତି ତେଣୁ ରନ୍ଧନ ଗ୍ୟାସ ଦର ବୃଦ୍ଧି ଏବଂ ଚୁଡା, ମୁଢ଼ି , ଗୁଡ଼ ଭଳି ଅତ୍ୟାବଶ୍ୟକ ଖାଦ୍ୟ ପଦାର୍ଥ ଉପରେ ଜିଏସଟି ଲାଗୁକୁ ତୁରନ୍ତ ପ୍ରତ୍ୟାହାର ଦାବି କରିଛି ପୁରୀ ଆମ୍ ଆଦମୀ ପାର୍ଟି । ପୁରୀ ସହର ବାସୀ ଏକଜୁଟ ହୋଇ ଏହାର ପ୍ରତିବାଦ ନ କଲେ ଆଗାମୀ ଦିନରେ ଜନସାଧାରଣ ବ୍ୟାପକ ଅସୁବିଧା ଭୋଗିବେ ବୋଲି ଆପ ପକ୍ଷରୁ କୁହାଯାଇଛି ।
Sign in
Sign in
Recover your password.
A password will be e-mailed to you.