ଜରି ପାଲ ଖଣ୍ଡିଏ ପାଇଁ ତହସିଲଦାରଙ୍କ ପାଖରେ ପାଲ୍‌ ପଡିଲେ ଜିଲ୍ଲା ପରିଷଦ ସଦସ୍ୟ

0 289

ସୁବର୍ଣ୍ଣପୁର : ବର୍ତ୍ତମାନର ସମୟରେ ସରକାରୀ ବାବୁ ମାନେ ଯେ କେତେ ପାୱାରଫୁଲ୍‌ ଓ ଲୋକମାନଙ୍କୁ କେମିତି ତୁଚ୍ଛ ମଣନ୍ତି ତାହାର ଏକ ନିଚ୍ଛକ ଚିତ୍ର ଏବେ ପଦାକୁ ଆସିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ କାର୍ଯ୍ୟାଳୟରେ । ସୂଚନା ଅନୁସାରେ ଚଳିତ ବନ୍ୟାରେ ବୀରମହାରାଜପୁର ତହସିଲ ଅଂଚଳରେ ବହୁ ଲୋକଙ୍କ ଘର ଦ୍ୱାର ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି । ତେବେ ଗରିବ ଲୋକ ତହସିଲ ଅଫିସକୁ ଆସି ଜରି ପାଲ ଖଣ୍ଡେ ନପାଇ ନିରାଶ ମନରେ ଫେରୁଛନ୍ତି । ତେବେ ଲଗାଣ ବର୍ଷରେ ବେହାଲ ଥିବା ଉକ୍ତ ବ୍ଲକର ଖମ୍ବେଶ୍ୱରୀପାଲି ଗାଁରୁ କିଛି ଲୋକ ତହସିଲ ଅଫିସକୁ ଆସି ଥିବାବେଳେ ଜରିପାଲ ଖଣ୍ଡିଏ ପାଇ ନଥିଲେ । ଏନେଇ ବୀରମହାରାଜପୁର ୧ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ଲବ ସାହୁଙ୍କୁ ସେମାନେ ଜଣାଇଥିଲେ । ତେବେ ଲବ ସାହୁ ତହସିଲ ଅଫିସକୁ ଯାଇ ଜରି ପାଲ ଖଣ୍ଡିଏ ଲେଖାଏଁ ଯୋଗାଇ ଦେବାକୁ ତହସିଲଦାରଙ୍କୁ ନେହୁରା ହୋଇଥିଲେ । ଏମିତିକି ସେ ଓ ତାଙ୍କ ସାଙ୍ଗରେ ଥିବା ସହଯୋଗୀମାନେ ତହସିଲଦାରଙ୍କ ଗୋଡ ତଳେ ପଡିଯାଇଥିବା ଦେଖିବାକୁ ମିଳିଛି । କେବଳ ତହସିଲଦାର ନୁହେଁ ଅତିରିକ୍ତ ତହସିଲଦାରଙ୍କ ଗୋଡ ଧରି ପାଲ୍‌ ପଡି ସେମାନେ ଜରି ପାଲ ଖଣ୍ଡିଏ ଯୋଗାଇ ଦେବାକୁ ଗୁହାରୀ କରିଥିଲେ । ସାମାନ୍ୟ ଜରିପାଲ ଖଣ୍ଡିଏ ପାଇଁ ଜଣେ ଜନପ୍ରତିନିଧିଙ୍କ ଗୁହାରୀକୁ ତହସିଲଦାର ନଶୁଣିବା ଯୋଗୁଁ ସେ ଯେ ଏତେ କାକୁତିମନତିହେବା ଘଟଣାକୁ ଜିଲ୍ଲାର ବୁଦ୍ଧିଜୀବୀ ମହଲ ବେଶ ପ୍ରଭାବିତ ହୋଇଛନ୍ତି ତଥା ତହସିଲଦାରଙ୍କ ଏତାଦୃଶ ମନୋଭାବ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଏପରି ଏକ ସ୍ପର୍ଶ କାତର ପ୍ରସଂଗର ଭିଡିଓ ଏବେ ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି ।

hiranchal ad1
Leave A Reply

Your email address will not be published.

twenty − 20 =