ସ୍ୱର୍ଣ୍ଣିମ ଭବନଠାରେ ଆଲୌକିକ ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ

0 146

ସୁବର୍ଣ୍ଣପୁର: ଈଶ୍ୱର ଏକ ସେ ହେଲେ ରକ୍ଷାକାରୀ । ସମସ୍ତଙ୍କୁ ସ୍ନେହର ଡୋରୀରେ ବାନ୍ଧିବା ପାଇଁ ହିଁ ଏଭଳି ପର୍ବର ଆୟୋଜନ ହୋଇଥାଏ । ଏହି ପର୍ବ କେବଳ ଭାଇ ଓ ଭଉଣୀଙ୍କ ମଧ୍ୟରେ ସୀମିତ ନରହି ସମସ୍ତ ପ୍ରକାର ସମ୍ପର୍କ ମଧ୍ୟରେ ଶାନ୍ତି, ମୈତ୍ରୀ ଓ ସୁରକ୍ଷା କବଚର ଉତ୍ସବ ଭାବରେ ସବୁ ଆଡେ ପାଳିତ ହେଉଛି ବୋଲି ଆଜି ସୋନପୁରର ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ଥାନୀୟ ସ୍ୱର୍ଣ୍ଣିମ ଭବନଠାରେ ଆୟୋଜିତ ଆଲୌକିକ ରକ୍ଷାବନ୍ଧନ ଉତ୍ସବରେ ଉପସ୍ଥିତ ବକ୍ତାସମୁହ ମତବ୍ୟକ୍ତ କରିଥିଲେ । ସାରା ବିଶ୍ୱ ଯେବେ ଏକ ଅଶାନ୍ତ ବାତାବରଣ ମଧ୍ୟଦେଇ ଗତି କରୁଛି ସେତେବେଳେ ପ୍ରଜାପିତା ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟ ଭଳି ଏକ ଈଶ୍ୱରୀୟ ଅନୁଷ୍ଠାନ ବାସ୍ତବିକ ସ୍ୱାଧିନତା ପାଇଁ ବାସ୍ତବିକ ରକ୍ଷାବନ୍ଧନର ଆୟୋଜନ କରି ଆଜି ସମଗ୍ର ବିଶ୍ୱର ୧୪୦ଟି ଦେଶରେ ରକ୍ଷାବନ୍ଧନ ଉତ୍ସବ ପାଳନକରି ଆତ୍ମାରୁପି ମାନବ ସମାଜକୁ ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରିଛନ୍ତି ବୋଲି ମଧ୍ୟ ଉପସ୍ଥିତ ବକ୍ତା ମତ ରଖିଥିଲେ । ପ୍ରଥମେ କୁନି ଛାତ୍ରୀଙ୍କ ଦ୍ୱାରା ଏକ ସୁନ୍ଦର ନୃତ୍ୟ ପରିବେଷଣ ପରେ ବ୍ରହ୍ମାକୁମାରୀ ମମତା ଭଉଣୀଙ୍କ ସଂଯୋଜନାରେ ଆୟୋଜିତ ସଭାକାର୍ଯ୍ୟରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁରର ଅତିରିକ୍ତ ଏସପି ହେମନ୍ତ କୁମାର ପଣ୍ଡା ଯୋଗଦେଇ ଥିବାବେଳେ ଅନ୍ୟତମ ଅତିଥି ଭାବରେ ଭାରତୀୟ ଷ୍ଟେଟବ୍ୟାଙ୍କର ସିଏମ୍‌ ଶରତ କୁମାର ଦେହୁରୀ ଓ ରାଜ୍ୟ ଏନଜିଓସିସି ସଭାପତି ଜ୍ୟୋତି ରଞ୍ଜନ ପଟ୍ଟନାୟକ ଓ ମୁଖ୍ୟବକ୍ତା ଭାବରେ ରାଜଯୋଗିନୀ ବ୍ରହ୍ମା କୁମାରୀ ସ୍ନେହା ଭଉଣୀ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଭାଇଭଉଣୀ, ବୁଦ୍ଧିଜୀବୀ, ଗଣମାଧ୍ୟମର ପ୍ରତିନିଧି ସମୁହ ଯୋଗଦେଇଥିଲେ ।

hiranchal ad1
Leave A Reply

Your email address will not be published.

20 − five =