ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

0 53

ନବରଙ୍ଗପୁର: ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଆନୁକୂଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୨ ଅନଲାଇନ ମାଧ୍ୟମରେ (YouTube Live) ଜିଲ୍ଲା ଅଦାଲତର ଭିଡିଓ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ ସଂଜୀବ ଦୁବେ ମୁଖ୍ୟ ଅତିଥି ଆସନ ଅଳଙ୍କୃତ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଭାରପ୍ରାପ୍ତ ସଚିବ ଶ୍ରୀମତୀ ଅପର୍ଣ୍ଣା ମହାପାତ୍ର, ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲା ଜଜ (ପୋକ୍ସ ଆକ୍ଟ) ଶ୍ରୀମତୀ ପ୍ରଣତୀ ସାହା ପୋକ୍ସ ଆକ୍ଟ ୨୦୧୨ ସଂପର୍କରେ ଗଳ୍ପ ମାଧ୍ୟମରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲ । ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତୀ ରାଜଶ୍ରୀ ଅରୟବାଲା ତ୍ରିପାଠୀ ଘରୋଇ ହିଂସା ସୁରକ୍ଷା ଆଇନ ୨୦୦୫ ସଂପର୍କରେ ଆଲୋଚନା କରି ଘରୋଇ ହିଂସାକୁ ନିରବରେ ସହ୍ୟ ନକରି ଏହାକୁ ପ୍ରତିରୋଧ ପାଇଁ ଆଇନର ସହାୟତା ନେବା ପାଇଁ ପରାମର୍ଶ ପ୍ରଦାନ କଲେ । ସମ୍ମାନୀୟ ଜିଲ୍ଲା ଦୌରାଜଜ ସଂଜୀବ ଦୁବେ ମହିଳା ମାନନଙ୍କର ଆଇନ ଗତ ଅଧିକାର ସଂପର୍କରେ ଆଲୋଚନା କରି ମହିଳା ଦିବସ ବର୍ଷକରେ ଗୋଟିଏ ଦିନ ପାଳନ ପରିବର୍ତ୍ତେ ପ୍ରତ୍ୟକ ଦିନ ମହିଳାମାନନଙ୍କୁ ଉଚିତ ସମ୍ମାନ ମର୍ଯ୍ୟାଦା ଦେବା ସଂପର୍କରେ ପରାମର୍ଶ ଦେଲେ । ଅନ୍ୟତମ ବକ୍ତା ଭାବେ ଅତିରିକ୍ତ ଜିଲ୍ଲା ଜଜ ଶିବ ପ୍ରସାଦ ମିଶ୍ର, ଇଶ୍ୱର ପ୍ରଦତ୍ତ ମନୁଷ୍ୟ ଜୀବନକୁ ଲକ୍ଷ୍ୟ ପଥରେ ଆଗେଇ ନେବା ପାଇଁ ପରାମର୍ଶ ଦେଇ ବାଲ୍ୟ ବିବାହ ନିଷିଦ୍ଧ ଆଇନ ୨୦୦୬, ସମାନ ପରିଶ୍ରମିକ ଆଇନ ୧୯୭୬ ସଂପର୍କରେ ଆଲୋଚନା କଲେ । ସାମାଜିକ କର୍ମୀ ଶ୍ରୀମତୀ ମନୋରମା ମାଝି ଗର୍ଭଧାରଣ ପୂର୍ବ ଓ ପ୍ରସୂତି ପୂର୍ବ ନିଦାନ କୌଶଳ ଆଇନ ୧୯୯୪, ଶିକ୍ଷା ଅଧିକାର ଆଇନ ୨୦୦୯, ଓଡିଶା ପୀଡିତା କ୍ଷତିପୂରଣ ଯୋଜନା ୨୦୧୭ ଓ ବିଭିନ୍ନ ଆଇନ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ବୈଠକରେ ଅନ୍ୟତମ ଅତିଥି ଭାବେ ପରିବାର ବିଚାରବିଭାଗୀୟ ଜର୍ଜ ସଞ୍ଜୟ କୁମାର ସାହୁ, ଅତିରିକ୍ତ ଜିଲ୍ଲା ଜଜ (Ad HOC) ନିରଞ୍ଜନ ସାହୁ, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ସୁଦାମ ଚରଣ ଦାସ ଓ ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ ପ୍ରିୟ ରଞ୍ଜନ ଓଝା ପ୍ରମୁଖ ଭାଗ ନେଇଥିଲେ । ପରିଶେଷରେ ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଆନ୍ତର୍ଜାତୀୟ ମହିଳା ଦିବସରେ ସମାସସ୍ତଙ୍କୁ ସୁରକ୍ଷିତ ତଥା ସଚେତନ ରହିବା ସହ ପୁରୁଷ ଓ ମହିଳା ମାନେ ପରସ୍ପରକୁ ଉଚିତ ସମ୍ମାନ ପ୍ରଦର୍ଶନ କରି କିପରି ସମାଯରେ ମର୍ଯ୍ୟାଦାର ସହିତ ବଞ୍ଚି ନିଜର ଦାୟିତ୍ୱ ତୁଲେଇବେ ପରାମର୍ଶ ଦେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମ ସମାପ୍ତି ଘୋଷଣା କଲେ ।

hiranchal ad1
Leave A Reply

Your email address will not be published.

18 + seventeen =