ସାମ୍ବାଦିକଙ୍କୁ ନ୍ୟାୟ ଦାବିରେ ପୁରୀ ଏସପି ଅଫିସ ଆଗରେ ବିକ୍ଷୋଭ

0 77

ପୁରୀ : ବାଲେଶ୍ୱର ଜିଲ୍ଲା ନୀଳଗିରିରେ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ପୋଲିସ ଏକ ସାମାନ୍ୟ ବଚସା ଘଟଣାକୁ ନେଇ ଗିରଫ କରିବା ଓ ହସପିଟାଲରେ ଚିକିତ୍ସା ଅବସ୍ଥାରେ ଗୋଡ଼ରେ ବେଡି ପକାଇ ସଶସ୍ତ୍ର ପୋଲିସ ମୁତୟନ ଘଟଣାକୁ ସାରା ରାଜ୍ୟରେ ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପୋଲିସ ଯେଭଳି ଆତଙ୍କବାଦୀ ଭଳି ବ୍ୟବହାର ପ୍ରଦର୍ଶନ କରିବା ସହ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ତାକୁ ନେଇ ବିଭିନ୍ନ ମହଲରେ ବିରୋଧର ସ୍ୱର ତୀବ୍ର ହେବାରେ ଲାଗିଛି । ପୋଲିସ ଯେଭଳି ଜଣେ କର୍ତ୍ତବ୍ୟରତ ସାମ୍ୱାଦିକଙ୍କ ପ୍ରତି ମାନବାଧିକାର ଉଲଘଂନ କରିଛି, ତୁରନ୍ତ ନୀଳଗିରି ଥାନା ଅଧିକାରୀଙ୍କୁ ଚାକିରୀ ବହିଷ୍କାର ଦାବିରେ ପୁରୀ ଜର୍ଣ୍ଣାଲିଷ୍ଟ କେୟାର ଏବଂ ଜିଲ୍ଲାର ସମସ୍ତ ସାମ୍ୱାଦିକ ଆଜି ପୁରୀ ଏସପି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପୋଲିସ ଡିଜି ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ ତୁରନ୍ତ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ପୁରୀ ଜିଲ୍ଲାର ସମସ୍ତ ସାମ୍ବାଦିକ ଦାବି କରିଛନ୍ତି । ଏହି ମର୍ମରେ ଏକ ଦାବି ପତ୍ର ପୋଲିସ ଆଇଜି ନରସିଂହ ଭୋଳଙ୍କୁ ପ୍ରଦାନ କରାଯାଇଛି । ସେପଟେ ପୋଲିସ ଆଇଜି ନରସିଂହ ଭୋଳ ଏହି ଘଟଣା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଏ ନେଇ ତଦନ୍ତ ଆରମ୍ଭ ହୋଇଛି । ଯିଏ ବି ପୋଲିସ ଅଧିକାରୀ ଦାୟୀ ରହିବେ ଉକ୍ତ ଅଫିସର , କର୍ମଚାରୀଙ୍କ ବିରୋଧରେ କଡା ପଦକ୍ଷେପ ନିଆଯିବ ବୋଲି ପୋଲିସ ଆଜି ପ୍ରତିକ୍ରିୟାରେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

19 − 10 =