ପ୍ରଶାସନ ସହାୟତାରେ ଗାଁକୁ ଆସିଲା ଦାଦନ ଶ୍ରମିକଙ୍କ ଶବ

0 64

ବାଲିଗୁଡ଼ା : ବ୍ଲକ ଓ ଜିଲ୍ଲା ପ୍ରଶାସନ ସହାୟତରେ ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ଶବ । ଦାରିଙ୍ଗବାଡ଼ି ବ୍ଲକ ଭ୍ରମରବାଡି ପଞ୍ଚାୟତ ପୁଡ୍ରାଝୋଲା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସୂଚନା ମୁତାବକ ଗ୍ରାମର ଲକ୍ଷେପତି ପ୍ରଧାନ ନିଜ ଅଞ୍ଚଳରେ କାମ ଧନ୍ଧା ଅଭାବରୁ ନିଜ ସ୍ତ୍ରୀ ସହିତ କେରଳକୁ ଦାଦନ ଶ୍ରମିକ ଭାବେ ଯାଇଥିଲେ । ତେବେ ସେ ଟ୍ରେନରେ ଘରକୁ ଫେରୁଥିବା ବେଳେ ଅସୁସ୍ଥ ହୋଇ ବିଳମ୍ବିତ ରାତି ପ୍ରାୟ ୧ଟାରେ ଟ୍ରେନରେ ମୃତ୍ୟୁ ବରଣ କରିଥିଲେ । ଟ୍ରେନଟି ମୁନିଗୁଡା ଷ୍ଟେସନରେ ସନ୍ଧ୍ୟା ୫ଟାରେ ପହଞ୍ଚିଥିବା ବେଳେ ଅର୍ଥ ଅଭାବରୁ ଟ୍ରେନ ଷ୍ଟେସନରୁ ଗାଁ ପର୍ଯ୍ୟନ୍ତ ଶବ ଆଣିବା ପାଇଁ ପରିବାର ଲୋକେ ବ୍ଲକ ପ୍ରଶାସନ ସହିତ ଯୋଗାଯୋଗ କରିଥିବା ବେଳେ ଅଭାବୀ ପରିବାରର ଦୁଃଖ ଜାଣିପାରି ଦାରିଙ୍ଗବାଡ଼ି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର, କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଯୋଗାଯୋଗ କରି ଟ୍ରେନ ଷ୍ଟେସନରୁ ଦାରିଙ୍ଗବାଡ଼ି ବ୍ଲକ ଭ୍ରମରବାଡି ପଞ୍ଚାୟତ ପୁଡ୍ରାଝୋଲା ଗାଁରେ ଶବ ପହଞ୍ଚି ଥିଲା । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପାତ୍ରଙ୍କ ତ୍ୱରିତ ପଦକ୍ଷେପ ଓ ଜିଲ୍ଲା ପ୍ରଶାସନ ସହାୟତାରେ ମୃତକଙ୍କ ଶବ ଗ୍ରାମରେ ପହଞ୍ଚି ଥିବାରୁ ଗ୍ରାମବାସୀମାନେ ବ୍ଲକ ଓ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

five × 1 =