ଭଗବାନଙ୍କଠାରୁ ଭକ୍ତ ମହତ୍ତ୍ୱପୂର୍ଣ୍ଣ:ରାଜ୍ୟପାଳ

0 96

ପୁରୀ: ଶ୍ରୀମଦ ଭାଗବତ କଥା ଜ୍ଞାନ ଯଜ୍ଞ କାର୍ଯ୍ୟକ୍ରମରେ ଯୋଗ ଦେଇ ଏକ ସୁନ୍ଦର ଭଜନ ଗାଇ ଉପସ୍ଥିତ ଶ୍ରୋତା ଓ ଦର୍ଶକଙ୍କୁ ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ ମନ୍ତ୍ରମୁଗ୍ଧ କରିଦେଇଥିଲେ । ପୁରୀ ଚକ୍ରତୀର୍ଥ ରୋଡ ସ୍ଥିତ ଶ୍ରୀ ପୁରୁଷୋତ୍ତମ ବାଟିକା ପରିସରରେ ଚଳିତ ମାସ ୨୦ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି ଶ୍ରୀ ଭାଗବତ କଥା ଜ୍ଞାନ ଯଜ୍ଞ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଗଣେଶୀ ଲାଲ ଭଗବାନଙ୍କଠାରୁ ଭକ୍ତ ଅଧିକ ମହତ୍ତ୍ୱପୂର୍ଣ୍ଣ । ଏହା ବିଭିନ୍ନ ସମୟରେ ପ୍ରମାଣିତ କରି ଭଗବାନ ଭକ୍ତକୁ ଶ୍ରେଷ୍ଠ କରିଛନ୍ତି ବୋଲି କହିବା ସହ ମାର ବିକଳ୍ପ ନାହିଁ ବୋଲି କହିଥିଲେ । ସ୍ୱୟଂ ଭଗବାନ ମଧ୍ୟ ମାର ସ୍ନେହ ମମତା ପାଇଁ ଧରା ପୃଷ୍ଠକୁ ଓହ୍ଲେଇ ଆସନ୍ତି ବୋଲି କହିବା ସହ ଭବ ସାଗରରୁ ଉଦ୍ଧାର ପାଇଁ ଭଗବତ ଚିନ୍ତନ, ଶ୍ରବଣ ଓ ସ୍ମରଣ ଉପରେ ଗୁରୁତ୍ୱ ଦେଇଥିଲେ । ବିଶିଷ୍ଟ ଆଧ୍ୟାତ୍ମିକ ପ୍ରବଚକ ଡଃ ନରେଶ ଚନ୍ଦ୍ର ଶାସ୍ତୀ ଭାଗବତର ସୃଷ୍ଟି, ଭାଗବତ ଶ୍ରବଣ,ମନ୍ଥନ, ଭକ୍ତି, ଜ୍ଞାନର ଆଲୋଚନା, ଭାଗବତ କଥାମୃତର ଅନୁପାଳନ ଓ ସମାଜ ପାଇଁ ତାହାର ଆବଶ୍ୟକତା ସମ୍ପର୍କରେ ବିଷଦ ଆଲୋକପାତ କରିଥିଲେ । ରାଜ୍ୟପାଳ ଆଳତୀ କରିଥିଲେ । ମାତାରାଣୀ ଦୟା କି ଜୀୟେ ଭଜନଟିକୁ ସୁଲଳିତ କଣ୍ଠରେ ଗାନ କରି ରାଜ୍ୟପାଳ ସମସ୍ତଙ୍କୁ ଚମତକୃତ ଓ ବିମୋହିତ କରିଦେଇଥିଲେ । ସେହିପରି ରାଜ୍ୟପାଳଙ୍କ ପୁଅ ଶ୍ରୀ ମନୀଷ ସିଂଘାଲ ମଧ୍ୟ ଭଜନ ଗାଇ ସମସ୍ତଙ୍କ ମନ ମୋହିଥିଲେ । ତୀର୍ଥ କଥା ମଣ୍ଡଳ ଦିଲ୍ଲୀ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଦସ୍ୟ ପୱନ ଅଗ୍ରୱାଲ, ଦୀନେଶ ଗର୍ଗ,ନବୀନ ଗର୍ଗ,ବଜରଙ୍ଗ ଜୈନ, ଅଭିଷେକ ଗୋୟଲ ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

three × 5 =