ଦଶପଲ୍ଲା ଅଂଚଳରେ କେବେ ଖୋଲିବ ଜଳଛତ୍ର?

0 100

ଦଶପଲ୍ଲା : ଦଶପଲ୍ଲା ଗତ ଦୁଇ ସପ୍ତହ ଗରମ ତାୱାରେ ସନ୍ତୁଳି ହେଉଥିବାବେଳେ ଦିନ ତମାମ ପ୍ରଚଣ୍ଡ ରୌଦ୍ରତାପ ଜାରୀ ରହିଥିବା ବେଳେ ଅପରାହ୍ନ ଅଥବା ସନ୍ଧ୍ୟାରେ କାଁ ଭାଁ ପାଗର ପରିବର୍ତ୍ତନ ହେଉଥିବାର ପରିଲକ୍ଷିତ ହେଉଛି । ସବୁଠାରୁ ବଡକଥା ହେଲା ଦଶପଲ୍ଲାର ଏନ୍‌ଏସି କିମ୍ବା ପଂଚାୟତ ସ୍ତରରେ କୌଣସି ବି ସ୍ଥାନରେ ଅଦ୍ୟାବଧି ଜଳଛତ୍ରଟିଏ ଖୋଲି ନାହିଁ । ଦୂର ଦୂରାନ୍ତରୁ ସରକାରୀ ଓ ବାଣିଜ୍ୟିକ କାର୍ଯ୍ୟରେ ଆସୁଥିବା ଲୋକ ଏପରିକି ପଥଚାରୀ ମାନେ ପିଇବା ପାଣି ପାଇଁ ପ୍ରଚଣ୍ଡ ଖରା ସମୟରେ ଦୁର୍ଦ୍ଦଶା ଭୋଗୁଛନ୍ତି । ବଡ କଥା ହେଲା ଖାଇବା ପାଇଁ ପାଖରେ ଆଣିଥିବା ପଇସାକୁ କିଣା ପାଣିରେ ଖର୍ଚ୍ଚ କରି ଶୋଷ ମେଣ୍ଟାଇ ମନସ୍ତାପ କରି ଘର ବାହୁଡ଼ା କରୁଛନ୍ତି । ଆଗକୁ ଲଙ୍କାପୋଡ଼ି, ମେରୁଯାତ୍ରା ଓ ପଣା ସଂକ୍ରାନ୍ତି । ଦଶପଲ୍ଲା ସହରକୁ ଚର୍ତୁଦିଗରୁ ବହୁଲୋକ ଆସିବାର ସମ୍ଭାବନା ରହିଛି । ଏଥିପାଇଁ ଲୋକଙ୍କକ ପାଇଁ ପାନୀୟ ଜଳ ବ୍ୟବସ୍ଥାକୁ ସୁସଂହତ କରାଯିବାର ଆବଶ୍ୟକତା ମନେ ହୁଏ । ମାର୍ଚ୍ଚ ୧୫ ତାରିଖ ଠାରୁ ଜଳଛତ୍ର ଖୋଲାଯିବା ନିମନ୍ତେ ବିଭାଗୀୟ ନିଷ୍ପତ୍ତି କେଉଁଠି ଓ କାହିଁକି ଅଟକି ରହିଛି ତାହା କାହାକୁ ଜଣା ନାହିଁ । ତୁରନ୍ତ ଦଶପଲ୍ଲା ଏନ୍‌ଏସି ଓ ଗ୍ରାମପଞ୍ଚାୟତର ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବା ନିମନ୍ତେ ସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

3 × 4 =