ମୁଖ୍ୟମନ୍ତ୍ରୀ ଓ ସଚିବଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

0 68

ସୁବର୍ଣ୍ଣପୁର : ଗତକାଲି ମୁଖ୍ୟମନ୍ତ୍ରୀ ଓ ସଚିବଙ୍କ ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ ନୂତନ ପେନସନ ଯୋଜନାଭୁକ୍ତ ଶିକ୍ଷକ ସଂଘ ତରଫରୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଜରିଆରେ ଦୁଇ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତ ଶିକ୍ଷକ/ ଶିକ୍ଷୟିତ୍ରୀ ମାନଙ୍କର ୬ ବର୍ଷ ଚୁକ୍ତି ଅବଧିକୁ ମୂଳ ଚାକିରି ସହଯୋଗ କରିବା ସହ ୬ ଗୋଟି ନୋସ୍କାଲ୍‌ ଇନ୍‌କ୍ରିମେଣ୍ଟ୍‌ ପ୍ରଦାନ କରିବା ତଥା ୨୦୧୬ ରୁ ୨୦୨୨ ମଧ୍ୟରେ ନିଯୁକ୍ତ ପାଇଥିବା ଚୁକ୍ତି ଭିତ୍ତିକ ଶିକ୍ଷକ/ ଶିକ୍ଷୟିତ୍ରୀ ମାନଙ୍କୁ ତୁରନ୍ତ ନିୟମିତ କରିବାକୁ ଦାବି ନେଇ ଆଜି ମୁଖ୍ୟମନ୍ତ୍ରୀ,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବଙ୍କ ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଉକ୍ତ ଦାବିପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାର ସମସ୍ତ ହାଇସ୍କୁଲର ନୂତନ ପେନସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ଶିକ୍ଷୟିତ୍ରୀ ଉକ୍ତ ଦାବି ପୂରଣ ପାଇଁ ଆଶାବାଦୀ ଅଛନ୍ତି । ଏହାପରେ ମଧ୍ୟ ଯଦି ସରକାର ଏହି ଦୁଇଟି ଦାବିକୁ ପୂରଣ ନକରନ୍ତି ତାହେଲେ ଆସନ୍ତା ୧୫ରେ ଜିଲ୍ଲାର ସମସ୍ତ ବିଧାୟକ/ ମନ୍ତ୍ରୀମାନଙ୍କୁ ଦାବିପତ୍ର ପ୍ରଦାନ କରାଯିବ । ଏହା ପରେ ମଧ୍ୟ ଯଦି ସରକାର କୌଣସି ନିଷ୍ପତ୍ତି ଗ୍ରହଣ ନକରନ୍ତି ତାହେଲେ ଆସନ୍ତା ବିଧାନ ସଭାରେ ଜିଲ୍ଲା ସଂଘ ଓ ରାଜ୍ୟ ସଙ୍ଘର ସହଯୋଗିତାରେ ରାଜରାସ୍ତାକୁ ଓହ୍ଲେଇବା ପାଇଁ ବାଧ୍ୟ ହେବେ । ଶିକ୍ଷକ ମାନଙ୍କର ସମସ୍ୟାର ସମାଧାନ ଦିଗରେ ଯଦି ସରକାର କିଛି କାର୍ଯ୍ୟପନ୍ଥା ଗ୍ରହଣ ନକରନ୍ତି ତାହେଲେ ଆସନ୍ତା ବିଧାନ ସଭା ଚାଲୁଥିବା ସମୟରେ ଦୁର୍ବାର ଆନ୍ଦୋଳନ ହେବ ବୋଲି ଜିଲ୍ଲା ସଂଘର ସଭାପତି ଆଶିଷ କୁମାର ନାଏକ , ସଂପାଦକ ଲାଲବାବୁ ସେଠୀ , କୋଷାଧ୍ୟକ୍ଷ ଚକାନୟନ ମେହେର ପ୍ରମୁଖ ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି । ଆଜିର ଏହି ସମାବେଶରେ ନନ୍ଦିନୀ ମହାଣା,ଜୋଲିତା ମିଶ୍ର, ସର୍ବେଶ୍ୱର ପୂଜାରୀ, ଅଜୟ ରାଉତରାୟ, ଏକାଦଶ ବରଗେଇ,ଦିଲ୍ଲୀପ ସାହୁ ପ୍ରମୁଖ ଜିଲ୍ଲାର ବିଭିନ୍ନ ହାଇସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ଥିଲେ ।

hiranchal ad1
Leave A Reply

Your email address will not be published.

1 × three =