ଦୁଷ୍କର୍ମକାରୀ ଅଭିଯୁକ୍ତକୁ ଫାଶୀ ଦିଅ : ବିଜେପି

0 91

ରାୟଗଡା: ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଜିଲ୍ଲାରେ ତାଙ୍କ କଲ୍ୟାଣ ବିଭାଗ ଅଧିନସ୍ଥ ବିଦ୍ୟାଳୟର ଜଣେ ତୃତୀୟ ଶ୍ରେଣୀର ନାବାଳିକା ଛାତ୍ରୀକୁ ବିଦ୍ୟାଳୟର ପିଅନ ଦୁଷ୍କର୍ମ କରିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏଭଳି ଲଜ୍ଜାଜନକ ଘଟଣାକୁ ନିନ୍ଦା କରି ପୀଡିତା ଝିଅକୁ ନ୍ୟାୟ ପ୍ରଦାନ ଦାବି ନେଇ ଆଜି ଶାସକ ବିଜେଡିର ଅପାରଗ ଶାସନ ଓ ସ୍ଥାନୀୟ ପୋଲିସ ପ୍ରଶାସନର ପଛଘୁଞ୍ଚା କାର୍ଯ୍ୟାନୁଷ୍ଠାନ ଏବଂ ଘଟଣାକୁ ହାଲୁକା ଭାବେ ଗ୍ରହଣ କରୁଥିବା ବିଭାଗୀୟ ମନ୍ତ୍ରୀ, ରାୟଗଡା ବିଧାୟକଙ୍କ ଚୁପିକୁ ଅଭିଯୋଗ କରି ବର୍ଷିଛି ରାୟଗଡା ଜିଲ୍ଲା ଭାରତୀୟ ଜନତା ପାର୍ଟିର ମହିଳା ମୋର୍ଚ୍ଚା । ଆଜି ଅପରାହ୍ନ ୪ଟା ସମୟରେ ରାୟଗଡା ସହରର କପିଳାସ ଛକ ଠାରେ ୩୨୬ ନମ୍ବର ଜାତୀୟ ରାଜପଥରେ ମହିଳା ମୋର୍ଚ୍ଚା ପକ୍ଷରୁ ହୋଇଥିବା ବିକ୍ଷୋଭ ପ୍ରଦର୍ଶନରେ ଯୋଗ ଦେଇ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷୀଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ପୂର୍ଣ୍ଣିମା ନାୟକ । ରାୟଗଡା ଜିଲ୍ଲା ଡ଼ଙ୍ଗାସିଲ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ତୃତୀୟ ଶ୍ରେଣୀର ଛାତ୍ରୀକୁ ବିଦ୍ୟାଳୟର ପିଅନ ଶିବ ପ୍ରସାଦ ମିଶ୍ର ଭୋଗ ଦେବା ବାହାନାରେ ଦୁଷ୍କର୍ମ କରିଥିବା ଜଣାପଡ଼ିଥିବା ନେଇ ଅଭିଯୋଗ କରିଛନ୍ତି । ସେଇଭଳି ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡ ଦେବା ଆବଶ୍ୟକ ବୋଲି ବିଜେପି ଦାବି କରିଛି । ବର୍ତ୍ତମାନ ମଧ୍ୟ ଡ଼ଙ୍ଗାସିଲ ଅଞ୍ଚଳରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି । ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଥିବା ପୀଡିତାକୁ ବିଜେପି ପ୍ରତିନିଧି ଦଳ ଭେଟି ପୀଡିତାର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ରାୟଗଡା ଜିଲ୍ଲା ଶାଖା ବିଜେପି ସଭାପତି ଶିବ ପଟ୍ଟନାୟକ, ରାଷ୍ଟ୍ରୀୟ ଜନଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକ କାଳୀରାମ ମାଝୀ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବି. ଲକ୍ଷ୍ମୀ,ଜିଲ୍ଲା ଉପ ସଭାପତି ରାମକୃଷ୍ଣ ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାମଚନ୍ଦ୍ର ବେହେରା, ବରିଷ୍ଠ ନେତା ରଜତ ମାଦଳା, ଗୌରୀ ମଣ୍ଡାଙ୍ଗି, କେ. ଅଶ୍ୱିନୀ, ବସନ୍ତ ଉଲାକା,ଉମେଶ ଖୋସଲା, ପ୍ରତାପ ପୁଆଲାଙ୍କ ସମେତ ବିଭିନ୍ନ ମଣ୍ଡଳ ସଭାପତି ଏବଂ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ । ଡ଼ଙ୍ଗାସିଲ ଅଞ୍ଚଳରେ ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ପୋଲିସ ଭ୍ୟାନ ପୋଡି ମାମଲାରେ କିଛି ଲୋକଙ୍କୁ ଅଟକ ରଖାଯାଇଛି । ତେବେ ଗିରଫ ଭୟରେ ଗାଁ ପୁରୁଷ ଶୂନ୍ୟ ହୋଇଥିବା ଜଣାପଡିଛି । ସେହିପରି ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବହୁ ଛାତ୍ରୀଙ୍କ ଅଭିଭାବକ ମାନେ ନିଜ ଝିଅ ମାନେ ସୁରକ୍ଷିତ ନଥିବା ମନେ କରି ଆଜି ସକାଳୁ ଆସି ନିଜ ନିଜ ଝିଅ ମାନଙ୍କୁ ଘରକୁ ନେଇ ଯାଉଥିବା ଦେଖିବାକୁ ମିଳିଛି । ଅପରପକ୍ଷେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ, ସ୍ଥାନୀୟ ଦୁଇ ଜଣ ଡବ୍ଲୁଇଓ ପ୍ରମୁଖ ବିଦ୍ୟାଳୟକୁ ଯାଇ ପ୍ରଧାନ ଶିକ୍ଷକ ବିଷିକେଶନ ବାଗ ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଠାରୁ ତଥ୍ୟ ସଂଗ୍ରହ କରି ପ୍ରକୃତ ଘଟଣାର ତଦନ୍ତ ରିପୋର୍ଟ ପ୍ରସ୍ତୁତ କରୁଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

nineteen + 15 =