ଫୁଲୁଛି ମହାନଦୀ,ଜଗନ୍ନାଥ ସଡକ ଯୋଗାଯୋଗ ବିଚ୍ଛିନ୍ନ

0 179

ହରଭଙ୍ଗା : ହରଭଙ୍ଗା ବ୍ଲକ୍‌ର ନଦୀକୁଳିଆ ଅଞ୍ଚଳରେ ମହାନଦୀର ତୃତୀୟ ବନ୍ୟାଜଳ ପ୍ରବାହିତ ହୋଇଛି । ଉପର ମୁଣ୍ଡରେ ଲଗାଣ ବର୍ଷା ଫଳରେ ମହାନଦୀ ହୀରାକୁଦ ମାଟିବନ୍ଧରୁ ୨୬ ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ଫଳରେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଉକ୍ତ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଫଳରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ର ନଦୀ କୁଳିଆ ଅଞ୍ଚଳ ଦେଇ ଯାଇଥିବା ଜଗନ୍ନାଥ ସଡକ ବଲାଟ ସେତୁ ଉପରେ ୪ଫୁଟ ର ବନ୍ୟାଜଳ, ସାକୁସିଙ୍ଗା ନାଳ, ଅରାଗଡ଼, ସହିତ ଉଦଣ୍ଡି ନାଳ ଉପରେ ୧୦ଫୁଟର ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ବୌଦ୍ଧରୁ ମାରଡ଼ା ଯୋଗାଯୋଗ ବିଚ୍ଛିନ୍ନ ସହିତ ତିନିତିନି ଥର ହରଭଙ୍ଗା ବ୍ଲକର ନଦୀ କୁଳିଆ ଚାଷ ଜମି ଗୁଡ଼ିକ ଜଳମଗ୍ନ ହେବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ପ୍ରଶାସନ ତରଫରୁ ଆଜି ପର୍ଯ୍ୟନ୍ତ ରାଜସ୍ୱ ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଇନଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି । ପୁଣି ଜିଲ୍ଲାରେ ତୃତୀୟ ବନ୍ୟଜଳ ଚାଷ ଜମିକୁ ପ୍ରବେଶ କରିଛି । ତିନି ତିନି ଥର ବ୍ଲକର ତଳିଆ ଅଂଚଳ କରଡ଼ି, ହାଟଗାଁ, ମଙ୍ଗଳପୁର, ସାମ୍ପୋଚ, ଶ୍ୟାମ ସୁନ୍ଦରପୁର, ପ୍ରଗଳପୁର, ରାମଗଡ, ଉଆଁଳ, କଂକଲା, ବୁଢୀକଣ, ଧଳପୁର, ଖଣ୍ଡିଧଳପୁର, ତେନ୍ତୁଳି ପଦର, ପାଣୀଘରା, ଡିଆଁ ଘାଟ, ହରଭଙ୍ଗା, କୋଡା ସିଙ୍ଗା, ଅତଲସରା, ମାରଡ଼ା ଗ୍ରାମର ହଜାର ହଜାର ଚାଷ ଜମି ଜଳମଗ୍ନ ସହିତ ଜଗନ୍ନାଥ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଅଧିକାଂଶ ଗାଁ ବର୍ତ୍ତମାନ ଜଳବନ୍ଦୀ । ହରଭଙ୍ଗା ଧଳପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ଆଗକୁ ବଢିପାଣି ଅତ୍ୟଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି ।

hiranchal ad1
Leave A Reply

Your email address will not be published.

3 × 5 =