ତାମିଲନାଡୁକୁ ଦାଦନ ଖଟିବାକୁ ଯାଇ ନିରୁଦ୍ଧିଷ୍ଟ ଯୁବକଙ୍କ ମିଳିଲା ପତ୍ତା,ଘରମୁଁହା ପଙ୍କଜ

0 180

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସାମ୍ପୋଚ ଗ୍ରାମର ପଙ୍କଜ ସାହୁ(୨୭) ଘରର ପରିବାର ବୋଝକୁ ମୁଣ୍ଡାଇ ତାମିଲନାଡୁ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ । କିନ୍ତୁ ସେ ନିରୁଦ୍ଧିଷ୍ଟ ଥିବାରୁ ବିଭିନ୍ନ ଆଶଙ୍କାରେ ପରିବାର ଲୋକ ଥିବା ବେଳେ ଗତ ୨୨ତାରିଖରେ ବିଭିନ୍ନ ଗଣମାଧ୍ୟମରେ ନିରୁଦ୍ଧିଷ୍ଟ ଥିବା ଯୁବକଙ୍କ ଖବର ପ୍ରକାଶ ପାଇଥିଲା । ସେ ୧୭/୦୪ରିଖରେ ଟ୍ରେନ ଯୋଗେ ତାମିଲନାଡୁ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ । ୬ଦିନ ବିତି ଯାଇଥିଲେ ବି ପଙ୍କଜର କୌଣସି ପତ୍ତା ମିଳି ନଥିବାରୁ ପରିବାର ଲୋକେ ଆଗରୁ ଦାଦନ ଯାଇ ରହିଥିବା ନିଜ ପରିଚିତ କିଛି ବ୍ୟକ୍ତିଙ୍କୁ ଏବାବଦରେ ଜଣାଇଥିଲେ । ଶେଷରେ ନିରାଶ ହୋଇ ଶନିବାର ତାଙ୍କ ବଡଭାଇ ସବ୍ୟସାଚୀ ସାହୁ ବୌଦ୍ଧ ଆଦର୍ଶ ଥାନାରେ ଭାଇର ନିରୁଦ୍ଧିଷ୍ଟ ହୋଇଥିବା ନେଇ ଏକ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ୨୨ତାରିଖ ବିଳମ୍ବିତ ରାତ୍ରିରେ ଏକ ଫୋନ ନିରୁଦ୍ଧିଷ୍ଟ ଥିବା ପରିବାର ପାଖକୁ ପଙ୍କଜର ସନ୍ଧାନ ମିଳିଥିବାର ଖବର ଆସିଥିଲା । ସୂଚନା ଅନୁଯାଇ ପଙ୍କଜ ଏକ ଅଜଣା ରେଳଷ୍ଟେସନରେ ଓହ୍ଲାଇ ବାଟବଣା ହୋଇ ଜୀବନ ବିକଳରେ ବାଟ ଖୋଜି ଖୋଜି ଏକ ଜଙ୍ଗଲ ରାସ୍ତା ଦେଇ ୫୦କିଲୋମିଟର ଯିବା ପରେ ଜଙ୍ଗଲ ରାସ୍ତାରେ ସ୍ଥାନୀୟ ଲୋକେ ଅଚିହ୍ନା ପଙ୍କଜକୁ ଅଟକାଇ ପଚାରଉଚୁରା କରି ଘଟଣା ବିଷୟରେ ଶୁଣି ପଙ୍କଜ ପାଖରେ ଥିବା ଏକ ଫୋନ ନମ୍ବରରେ ଫୋନ କରି ଜଣାଇଥିଲେ । ଖବର ପାଇ ପରିବାର ଲୋକେ ସଙ୍ଗେ ସଙ୍ଗେ ଗ୍ରାମର ଶିକ୍ଷିତ ବ୍ୟକ୍ତି ଚିତ୍ତରଞ୍ଜନ ସାହୁ ଓ ବଡ଼ ଭାଇ ସବ୍ୟସାଚୀ ସାହୁ ପଙ୍କଜକୁ ଘରକୁ ଫେରାଇ ଆଣିବା ପାଇଁ ପଙ୍କଜର ସନ୍ଧାନ ମିଳିଥିବା ସ୍ଥାନକୁ ପଠାଇ ଥିଲେ । ଆଜି ମଙ୍ଗଳବାର ନେଇଯାଇଥିବା ଚିତ୍ତ ରଞ୍ଜନ ସାହୁଙ୍କ ବୟାନ ଅନୁଯାଇ ନିରୁଦ୍ଧିଷ୍ଟ ପଙ୍କଜକୁ ଆଜି ଭେଟି ତାମିଲନାଡୁ ରାଜ୍ୟ ଡିଣ୍ଡିଗୁଲ ଜିଲ୍ଲା ସଦର ବସଷ୍ଟାଣ୍ଡରୁ ପଙ୍କଜକୁ ସାଥିରେ ଧରି ଘରକୁ ଫେରୁ ଥିବାର ଫଟୋ ଗଣମାଧ୍ୟମକୁ ପଠାଇ ଛନ୍ତି । ଏପଟେ ପଙ୍କଜ ସୁରକ୍ଷିତ ଥିବା ନେଇ ପରିବାର ଲୋକେ ଗଣମାଧ୍ୟମକୁ ସୂଚନା ଦେବା ସହ ପ୍ରଶଂସା ମଧ୍ୟ କରିଛନ୍ତି!

hiranchal ad1
Leave A Reply

Your email address will not be published.

3 × five =