ଏସକେସିଜି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା ଦାବି, ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ଜିଲ୍ଲାର ଦୁଇ ବିଧାୟକଙ୍କ ସ୍ମାରକପତ୍ର ପ୍ରଦାନ

0 201

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡିର ୧୨୭ ବର୍ଷ ପୁରାତନ ଐତିହାସିକ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ପ୍ରଦାନ ନିମନ୍ତେ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ଓ ମୋହନା ବିଧାୟକ ଦାଶରଥି ଗୋମାଙ୍ଗ ବିଧାନସଭା ପରିସରରେ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଗଜପତି ଜିଲ୍ଲାର ୧୧ଟି ଓ ରାୟଗଡା ଜିଲ୍ଲାର ୧୩ ଟି ମହାବିଦ୍ୟାଳୟକୁ ନେଇ ଏସକେସିଜି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଗତ କିଛି ମାସ ହେଲା ଅଞ୍ଚଳ ବାସୀଙ୍କ ତରଫରୁ ଦାବି ଉପସ୍ଥାପିତ ହୋଇଆସୁଛି । ପାରଳାର ଅତୀତର ଗରୀମାମୟ ଇତିହାସର ମୂକସାକ୍ଷୀ ତଥା ରେଭେନ୍ସା ଓ ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟ ପରେ ରାଜ୍ୟର ତୃତୀୟ ସର୍ବ ପୁରାତନ ଏହି ଶିକ୍ଷାନୁଷ୍ଠାନ ଓଡ଼ିଆ ଜନ ଜୀବନଙ୍କୁ ବେଶ ପ୍ରଭାବିତ କରିବା ସହ ବହୁ କୃତିତ୍ୱରେ ଅଧିକାରୀ ସୁନାଗରିକଙ୍କୁ ଗଢି ତୋଳିଛି । ଏଣୁ ଏହି ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରାଗଲେ ଏହା ଉଚ୍ଚ ଶିକ୍ଷା ଦିଗରେ ଏକ ମାଇଲ ଖୁଣ୍ଟ ହେବ ବୋଲି ମତ ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କୁ ଏହି ବିଷୟରେ ଅବଗତ କରାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରତିଶ୍ରୁତି ଦେଇ ଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

19 − 10 =