ଶିକାରୀ,ବ୍ୟବସାୟୀଙ୍କୁ ଧରିଲା ବନବିଭାଗ; ବାଘପଞ୍ଝା, ବଜ୍ରକାପ୍ତା କାତି, ହରିଣ ଛାଲ, ବନ୍ଧୁକ ଜବତ

0 274

ଦଶପଲ୍ଲା: ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବିଭାଗର ବାଣୀଗୋଛା (ପୂର୍ବ) ବନାଞ୍ଚଳକୁ ଏକ ସଫଳତା ମିଳିଛି । ବୌଦ୍ଧ ଜିଲ୍ଲା ତଳଗାଁରୁ ବାଲେଶ୍ୱର ଜିଲ୍ଲାକୁ ଚାଲାଣ ହେଉଥିବା ହରିଣ ଛାଲ, ବାଘ ପଞ୍ଝା ଏବଂ ବଜ୍ରକାପ୍ତାକୁ ଜବତ କରିଥିବା ବେଳେ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବନାଞ୍ଚଳ ଅଧିକାରୀ ରୁକୁଣ ବରିହାଙ୍କ କହିବା ଅନୁଯାୟୀ, ଗତ ୯ ତାରିଖ ଦିନ ବୌଦ୍ଧ ଜିଲ୍ଲା ତଳଗାଁରୁ କିଛି ବ୍ୟବସାୟୀ ଏସବୁ ସାମଗ୍ରୀ ଚାଲାଣ କରିବା ପାଇଁ ଯୋଜନା କରୁଥିବା ଖବର ମିଳିଥିଲା । ଏହାପରେ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା । ସେମାନେ ସଂଧ୍ୟା ପ୍ରାୟ ୭ଟା ସମୟରେ ବାଇକ୍‌ ଯୋଗେ ଆସୁଥିବା ବେଳେ ବଡ଼ସିଲିଙ୍ଗାଠାରୁ ପିଛା କରି ଦଶପଲ୍ଲାର ଜଉବନ ତୋଟା ନିକଟରେ ଧରାଯାଇଥିଲା । ଏହି ବାଇକ୍‌ରେ ଗଞ୍ଜାମ ଜିଲ୍ଲା ତାରସିଂ ଥାନା ନବଗୋଛା ଗ୍ରାମର ବାଦଲ ପ୍ରଧାନ(୨୧) ଏବଂ କରୁଣାକର ନାୟକ(୩୭)ଙ୍କୁ ଯାଞ୍ଚ କରାଯାଇଥିଲା । ସେମାନଙ୍କଠାରୁ ଗୋଟିଏ ହରିଣ ଛାଲ, ୪ଟି ବାଘନଖ ସଂଲଗ୍ନ ପଞ୍ଝା ଏବଂ ଅଢେଇ କିଲୋ ବଜ୍ରକାପ୍ତା କାତି ଜବତ କରାଯାଇଛି । ଆଜି ସଂଧ୍ୟାରେ ସମସ୍ତଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏହି ଚଢାଉରେ ଟାକରା ବନ୍ୟପ୍ରାଣୀ ବିଟ୍‌ ଫରେଷ୍ଟର ମାନସ ସାହୁ, ରାଜ୍‌ କୁମାର ଶତପଥୀ, ଶ୍ରବଣ କୁମାର ବଳିଆର୍‌ ସିଂ, ଗୋଲକ ବିହାରୀ ବେହେରା, ଅଶୋକ କୁମାର ନାୟକ, ଫରେଷ୍ଟର ଗାର୍ଡ ରାମଚନ୍ଦ୍ର ସ୍ୱାଇଁଙ୍କ ସମେତ ବାଣୀଗୋଛା ପୂର୍ବ ବନାଂଚଳ ଅଧିକାରୀ ରୁକୁଣ ବରିହା ଓ ବାଣୀଗୋଛା ପଶ୍ଚିମ ବନାଂଚଳ ଅଧିକାରୀ ସଂସାର ବର୍ଗିଆ ସାମିଲ୍‌ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

one × five =