ଜନସେବା କେନ୍ଦ୍ରରୁ ୬୦ହଜାର ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ଜିନିଷ ଲୁଟ୍‌

0 196

ହରଭଙ୍ଗା : ହରଭଙ୍ଗା ଥାନା ଅନ୍ତର୍ଗତ ଝାରଖମଣ ଛକ ସ୍ଥିତ ଏକ ଜନସେବା କେନ୍ଦ୍ରରୁ ଗତକାଲି ରାତିରେ ଲକ୍ଷାଧିକ ଟଙ୍କାର ଜିନିଷ ଦୁର୍ବୃତ୍ତ ମାନେ ଲୁଟି ନେଇଥିବା ଜଣାପଡିଛି । ସୂଚନା ମତେ ଜନସେବା ମାଲିକ ଅଜିତ କୁମାର ପ୍ରଧାନ ଗତକାଲି ରାତି ୮ଘଟିକା ସମୟରେ ନିଜର ଜନସେବା କେନ୍ଦ୍ରକୁ ବନ୍ଦ କରି ନିଜ ଘର ଗୁଣ୍ଡୁରୀସାହିକୁ ଫେରିଥିଲେ । ପରେ ମଧ୍ୟ ରାତ୍ରୀରେ ଦୁର୍ବୃତ୍ତ ମାନେ ଜନସେବା କେନ୍ଦ୍ରର ତାଲା ଭାଙ୍ଗି ଭିତରକୁ ପଶି ଜେରକ୍ସ ମେସିନ, ଲାପଟପ, ୫ ଗୋଟି ସ୍ମାର୍ଟଫୋନ ଓ ଅନ୍ୟାନ୍ୟ ବୈଦ୍ୟୁତିକ ଜିନିଷ ସହ ନଗଦ ୬୦ ହଜାର ଟଙ୍କା ଲୁଟିନେଇଛନ୍ତି ବୋଲି ଅଜିତ କହିଛନ୍ତି । ଏହି ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଚୋରି ହେବାର ଆତଙ୍କ ଖେଳିଯାଇଛି । ଏନେଇ ହରଭଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

one × 1 =