ଜଗାଦର୍ଶନ କରି ଭାବବିହ୍ୱଳ ହେଲେ ଅଭିନେତ୍ରୀ ଜୟାପ୍ରଦା

0 81

ପୁରୀ : ଜଗାଦର୍ଶନ କରି ଭାବବିହ୍ୱଳ ହେଲେ ଅଭିନେତ୍ରୀ ତଥା ରାଜନେତ୍ରୀ ଜୟାପ୍ରଦା । ଶତୁରୀ,ଅଶୀ,ନବେ ଦଶକରେ ସମସ୍ତଙ୍କ ହୃଦୟରେ ରାଜ କରୁଥିବା ତଥା ତିନି ଥରର ଫିଲ୍ମଫେୟାର ବିଜେତା ଜୟାପ୍ରଦା ସିଂହଦ୍ୱାରରେ ପହଁଚିବା ପରେ ତାଙ୍କୁ ସେବାୟତ ମଧୁସୂଦନ ସିଂହାରୀ ସ୍ୱାଗତ କରିଥିଲେ । ପରେ ଜୟାପ୍ରଦା ଶ୍ରୀମନ୍ଦିରରେ ଜଗାଦର୍ଶନ ସହ ବେଢ଼ା ପରିକ୍ରମା ଓ ବିମଳା ଓ ଲକ୍ଷ୍ମୀ ମନ୍ଦିର ଦର୍ଶନ କରିଥିଲେ । ଜଗନ୍ନାଥ ଜୁଆଡକୁ ନେବେ ସେଇ ଆଡ଼କୁ ବାକି ଜୀବନର ଲକ୍ଷ୍ୟ ରହିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ଜୟପ୍ରଦା । ନିଜ ପୁଅ ସମ୍ରାଟ ସହ ଦର୍ଶନର ଏହି ଅବସର ଖୁବ ସୁନ୍ଦର ଥିଲା ଏବଂ ମହାପ୍ରଭୁ ମନୋବାଞ୍ଛା ପୂରଣ କରିବେ ବୋଲି ସେ କହିଛନ୍ତି ।ଏହାସହିତ ପବିତ୍ର ରାମନବମୀରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଜୟପ୍ରଦା ।

hiranchal ad1
Leave A Reply

Your email address will not be published.

two + two =