୨୦କେଜି ଗଞ୍ଜେଇ ଜବତ, ଦୁଇ ଗିରଫ

0 100

ଜହ୍ନାପଙ୍କ,:ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ୫୭ନଂ ଜାତୀୟ ରାଜପଥ କଣ୍ଠା ଛକ ନିକଟରେ ୨୦ କେଜି ଗଞ୍ଜେଇ ଜବତ ସହ ଦୁଇ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ବୌଦ୍ଧ ଏସପି ରାଜ ପ୍ରସାଦଙ୍କ ନିର୍ଦ୍ଦେଶ କ୍ରମେ ବାଉଁଶୁଣି ଥାନା ଅଧିକାରୀ ଅରୁଣ କୁମାର ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏସଆଇ ବିକ୍ରମ କେଶରୀ ଦେହୁରୀଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଗୁରୁବାର ସକାଳ ୯ ଘଣ୍ଟା ସମୟରେ ୫୭ନଂ ଜାତୀୟ ରାଜପଥ କଣ୍ଠା ଛକ ନିକଟରେ ବସରେ ଗଞ୍ଜେଇ ଚାଲାଣ ପାଇଁ ବସ ଅପେକ୍ଷା କରିଥିବା ବେଳେ ମାଡି ବସିଲା ପୋଲିସ । ଘଟଣା ସ୍ଥଳରେ ୨୦ କେଜି ଗଞ୍ଜାଇ ଜବତ କରିବା ସହ ୨ଜଣ ଗଞ୍ଜେଇ ମାଫିଆକୁ ଗିରଫ କରାଯାଇଛି । ମାଫିଆ ଦୁଇଜଣ ହେଲେ କଂହେଇ ମାଝୀ, ପରେସ ମାଝୀ ଉଭୟ ସିନାପାଲି ନୂଆପଡା ଜିଲ୍ଲାର ବୋଲି ଜଣାପଡ଼ିଛି । ଏନେଇ ବାଉଁଶୁଣି ଥାନାରେ ଏକ ମାମଲା ରୁଜୁ କରାଯାଇଛି । ତଦନ୍ତ ପରେ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ବାଉଁଶୁଣି ଥାନା ଅଧିକାରୀ ଅରୁଣ କୁମାର ସିଂହ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

18 − 1 =