ସଡ଼କ ସୁରକ୍ଷା ସଚେତନତା

0 58

ନୂଆପଡା : ନୂଆପଡ଼ା ଜିଲ୍ଲା ଆଜି ଆମ ଖଡ଼ିଆଳ (ସ୍ୱୟଂ ଶାସିତ) ମହାବିଦ୍ୟାଳୟ, ଖଡ଼ିଆଳ ଜାତୀୟ ସେବା ଯୋଜନା ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ସୁରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ପରିଚାଳିତ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଡକ୍ଟର ତରୁଣ କୁମାର ପ୍ରଧାନ ଉଦଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ସୁନିଲ କୁମାର ପାଢ଼ୀ, ଇତିହାସ ବିଭାଗର ଆଧ୍ୟାପକ ରାଜକୁମାର ରତେ ଓ ଓଡ଼ିଆ ବିଭାଗ ଅଧ୍ୟାପକ ରମାକାନ୍ତ ସିଂ ସାହାଣୀ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ସରୋଜ କଲତା, ସୁବାସ ଚନ୍ଦ୍ର ବାଗ, ଗଣେଶ ଜଗତ, ଶୁଭମ୍‌ ସିଂ ନିନା, ତେଜ୍‌ କୁମାର ଯାଦବ, ଚୋକ୍ରାମ ସାହୁ, ସ୍ନେହା ଦାସ ଓ ଦିପ୍ତିମୟୀ ବେହେରା ଆଦି ପ୍ରମୁଖ ଯୋଗ ଦେଇଥିଲେ । ମହାବିଦ୍ୟାଳୟଠୁ ଏକ ଶୋଭାଯାତ୍ରାରେ ବାହାରି ସ୍ୱେଚ୍ଛାସେବୀମାନେ କଲେଜ ଗେଟ୍‌ ସାମ୍ନା ତଥା ଜାତୀୟ ରାଜପଥ ପାର୍ଶ୍ୱରେ ଗାଡ଼ି ଚାଳକ ମାନଙ୍କୁ ଗାଡ଼ି ଚଳାଇବା ସମୟରେ ହେଲମେଟ୍‌ ପିନ୍ଧିବା, ମୋବାଇଲ୍‌ ବ୍ୟବହାର କରିବାନି , ସିଲ୍ଟ ବେଲ୍ଟ ପରିଧାନ କରିବା ତଥା ସଡ଼କ ସୁରକ୍ଷା ନିୟମ ପାଳନ କରି ନିଜେ ସୁରକ୍ଷିତ ରହିବା ସହ ନିଜ ପରିବାରକୁ ମଧ୍ୟ ସୁରକ୍ଷିତ ରଖିବା ପାଇଁ ସଚେତନତା ବାର୍ତ୍ତା ଦେଇଥିଲେ । ଶେଷରେ କାର୍ଯ୍ୟକ୍ରମ ଅଧିକାରୀଙ୍କ ପରାମର୍ଶ କ୍ରମେ କାର୍ଯ୍ୟକ୍ରମ ସ୍ଥଗିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

twenty − sixteen =