ଘୁ.ଉଦୟଗିରି ବ୍ଲକ ଅଧ୍ୟକ୍ଷ ହେଲେ ସୁଷମା ପ୍ରଧାନ

0 109

ଘୁ ଉଦୟଗିରି:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରାୟ ଶେଷ ପର୍ଯ୍ୟାୟ ସମିତି ଅଧ୍ୟକ୍ଷ ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି । ଗତ ପାଞ୍ଚଟି ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ପଞ୍ଚାୟତ ନିର୍ବାଚନ ହୋଇଥିଲା । ଘୁ ଉଦୟଗିରି ବ୍ଲକରେ ଗତ ୨୨ତାରିଖ ଦିନ ନିର୍ବାଚନ ହୋଇଥିଲା ଓ ଏହାର ଭୋଟ ଗଣତି ଘୁ ଉଦୟଗିରି ବ୍ଲକ ଅଧିନରେ ଥିବା ୮ଗୋଟି ପଞ୍ଚାୟତରେ ୧ ଗୋଟି ଜିଲ୍ଲାପରିଷଦ ଓ ୮ ଟି ଲେଖାଏଁ ସରପଞ୍ଚ ଓ ସମିତି ସଭ୍ୟ ନିମନ୍ତେ ଭୋଟ ହୋଇଥିଲା । ଯେଉଁ ସମିତି ସଭ୍ୟମାନେ ନିର୍ବାଚିତ ହୋଇଥିଲେ ପ୍ରତି ପଞ୍ଚାୟତ ପକ୍ଷରୁ ସେମାନେ ଆଜି ଘୁ ଉଦୟଗିରୀ ସମିତି ନିମନ୍ତେ ଅଧ୍ୟକ୍ଷ ନିର୍ବାଚିତ କରିଛନ୍ତି । ରାଇକଲା ପଞ୍ଚାୟତ ପକ୍ଷରୁ ସୁଷମା ପ୍ରଧାନ ସମିତି ସଭ୍ୟ ଭାବରେ ନିର୍ବାଚିତ ହୋଇଥିଲେ ଓ ପରବର୍ତ୍ତୀ ପର୍ଯ୍ୟାୟରେ ସମିତି ଅଧ୍ୟକ୍ଷ ପାଇଁ ନାମାଙ୍କନ ପତ୍ର ଦାଖଲ କରି ନିର୍ଦ୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଆଜି ଅଧ୍ୟକ୍ଷ ନିର୍ବାଚନ ସମୟରେ ଲିଂଗାଗଡ ପଞ୍ଚାୟତର ସମିତିସଭ୍ୟ ସୁନେଲିକା ପ୍ରଧାନ, କତୀଙ୍ଗିଆ ପଞ୍ଚାୟତର ଲିଳୀମା ପ୍ରଧାନ,କଳିଙ୍ଗା ପଞ୍ଚାୟତର ମାଲ୍ୟାବନ୍ତ କହଁର, ତାଲାରୀମାହା ପଞ୍ଚାୟତର ଉମେଶ ଚନ୍ଦ୍ର ପ୍ରଧାନ,ମାଳିକାପୋଡ଼ି ପଞ୍ଚାୟତର ସଚ୍ଚିଦାନନ୍ଦ ପ୍ରଧାନ, ଗ୍ରେସିଙ୍ଗିଆ ପଞ୍ଚାୟତର ପୂର୍ଣ୍ଣିମା ପ୍ରଧାନ, ରଟିଙ୍ଗିଆ ପଞ୍ଚାୟତର ଏନ୍‌ ଲୁକ୍‌ ଉପସ୍ଥିତ ଥିଲେ । ନବ ନିର୍ବାଚିତ ବ୍ଲକ ଅଧ୍ୟକ୍ଷା ଏବଂ ସଭ୍ୟମାନଙ୍କୁ ଘୁ ଉଦୟଗିରି ବିଧାୟକ ଶାଲୁଗା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ଲିଳିମା ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ନାୟକ, ଘୁ ଉଦୟଗିରି ବିଜେଡି ପୂର୍ବତନ ସଭାପତି ସିମାଞ୍ଚଳ ପ୍ରଧାନ, ସଂଖ୍ୟାଲଘୁ ସଭାପତି ରଞ୍ଜୟ ନାୟକ, ବ୍ଲକ ଉପସଭାପତି ଗୋପାଳ ନାୟକ, ଗ୍ରେଷୀଙ୍ଗିଆ ପଞ୍ଚାୟତ ସଭାପତି ହେରଦ ଦିଗାଲ, ବ୍ଲକ ସଭାନେତ୍ରୀ ବିଜୟନି ନାୟକ, ନଗର ସଭାନେତ୍ରୀ ଭାନୁପ୍ରଭା ମିଶ୍ର,ପୂର୍ବତନ ବ୍ଲକ ଅଧ୍ୟକ୍ଷ ହୃଦାନନ୍ଦ କହଁର, ସାଂସଦ ପ୍ରତିନିଧି ସାମନ୍ତ ଦିଗାଲ, ଯୁବ ସଭାପତି ଛଟନ ନାୟକ, ଶଶିକାନ୍ତ ନାୟକଶୁଭେଚ୍ଛା ଜଣାଇଥିଲେ । ଏହାପରେ ସହରରେ ବିଜେଡି ଦଳ ପକ୍ଷରୁ ଏକ ବିଜୟ ଶୋଭାଯାତ୍ରା ମାଧ୍ୟମରେ ନବ ନିର୍ବାଚିତ ବ୍ଲକ ଅଧ୍ୟକ୍ଷା ଏବଂ ସମିତିସଭ୍ୟ ମାନେ ବାଜା ବଜେଇ ବାଣ ଫୁଟେଇ ସହର ପରିକ୍ରମା କରିଥିଲେ ।

hiranchal ad1
Leave A Reply

Your email address will not be published.

thirteen − 9 =