ଜିଲ୍ଲା ଯୁବ ରେଡ଼କ୍ରସ ପ୍ରଶିକ୍ଷିଣ ଶିବିର ଉଦଯାପିତ

0 96

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣା କଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ୩ଦିନିଆ ଜିଲ୍ଲାଯୁବ ରେଡ଼କ୍ରସ ପ୍ରଶିକ୍ଷଣ ଶିବିର ସୋମବାର ଦିନ ଉଦଯାପିତ ହୋଇଯାଇଛି । ଉକ୍ତ ଶିବିରଟି ୩ଦିନ ଧରି ଚାଲିଥିବା ବେଳେ ଜିଲ୍ଲାର୨୧ଟି ମହାବିଦ୍ୟାଳୟରୁ ମୋଟ ୧୦୦ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଉକ୍ତ ଶିବିରରେ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରିଣୀଆଁ ଅଧକ୍ଷତା କରିଥିବା ବେଳେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜାତୀୟ ତମାଖୁ ନିୟନ୍ତ୍ରଣ ପ୍ରୋଗ୍ରାମ ମୁଖ୍ୟ ଆଲୋକ ମିଶ୍ର, ଅଧ୍ୟାପକ ଅଶୋକ କୁମାର ପାଣ୍ଡିଆ ଉକ୍ତ ଦିବସରେ ଉପସ୍ଥିତ ରହିଥିଲେ । ପ୍ରତ୍ୟକ ଦିନ ଛାତ୍ରଛାତ୍ରୀଙ୍କୁ ରେଡକ୍ରସ ଇତିହାସ, ପ୍ରାଥମିକ ଚିକିତ୍ସା,ଏଚ ଆଇଭି ଏଡ଼ସ, ବିପର୍ଯ୍ୟୟ ପରିଚାଳନା, ତମାଖୁ ମୁକ୍ତ ପରିବେଶ, ରକ୍ତ ଦାନ ଭଳି ବିଭିନ୍ନ ଦିଗରେ ତାଲିମ ପ୍ରଦାନ ସହ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । ଏହି ଶିବିରକୁ ଜିଲ୍ଲା ଯୁବ ରେଡକ୍ରସର ଜିଲ୍ଲା ସଂଯୋଜକ ଅଧ୍ୟାପକ ସୁରେଶ୍ୱର ଯୋଶୀ, ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ସମସ୍ତ ଅଧ୍ୟପକ, ଅଧ୍ୟାପିକା କର୍ମଚାରୀ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

eighteen + fifteen =