ଚାଷୀଙ୍କ ଧାନ ଟଙ୍କା ହଡ଼ପ ଘଟଣା,କଳସାଖମଣ ସମବାୟ ସମିତି ସମ୍ପାଦକ ରଘୁ ମହାକୁଡ଼ ଗିରଫ

0 299

ନୟାଗଡ଼ : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ପଶ୍ଚିମାଞ୍ଚଳ କଳସାଖମଣ ସମବାୟ ସମିତି ସମ୍ପାଦକ ରଘୁନାଥ ମହାକୁଡଙ୍କୁ ଗିରଫ କରିଛି ବାଣିଗୋଚ୍ଛା ଥାନା ପୁଲିସ । ଚାଷୀଙ୍କ ଧାନ ଟଙ୍କା ହଡପ ନେଇ ଜୁଲାଇ ୨୮ ତାରିଖରେ ସହକାରୀ ସମବାୟ ନିବନ୍ଧକ (ଏଆରସିଏସ) ବାଣିଗୋଚ୍ଛା ଥାନାରେ ଏତଲା ଦେଇଥିଲେ । ପୁଲିସ ଘଟଣାର ତଦନ୍ତ କରିବା ପରେ ଅଭିଯୁକ୍ତ ସମବାୟ ସମ୍ପାଦକଙ୍କୁ ଥାନାକୁ ଆଣି ୭ ଦିନ ମଧ୍ୟରେ ଟଙ୍କା ଭରଣା କରିବାକୁ ମହଲତ ଦେଇଥିଲା । ମାତ୍ର ସମ୍ପାଦକ ସଠିକ ସମୟରେ ଚାଷୀଙ୍କୁ ଟଙ୍କା ସୁଝି ନଥିଲେ । ଯାହାକୁ ନେଇ ବାଣିଗୋଚ୍ଛା ପୁଲିସ ଏକ ମାମଲା ରୁଜୁ କରି ରଘୁଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଦଶପଲ୍ଲା ବ୍ଲକ ନୁଆଗାଁ ପଞ୍ଚାୟତ ଅନ୍ତର୍ଗତ କଳସାଖମଣ ସେବା ସମବାୟ ସମିତିରେ ଚାଷୀ କୁମୁଦ ଚନ୍ଦ୍ର କଟାରୀ, ପ୍ରମୋଦ କୁମାର ଜେନା, ଦାମୋଦର ଦଳବେହେରା, ପ୍ରଶାନ୍ତ ନାୟକ, ଚନ୍ଦ୍ରମା ମଳିକ, ପ୍ରକାଶ ଗୌଡ, ନର୍ମଦା ଜେନା, ଜଗଦିଶ ବିରୁଡି, ଚିନ୍ତାମଣୀ ଗୌଡ , ବନମାଳୀ ପ୍ରଧାନ, କୁମାରୀ ଗୌଡ, ସୁକୁରିଆ ନାୟକ, ମାଳତି କହଁର, ବବିତା ଗୌଡ, ପ୍ରଭୁତି ଜାନୁଆରୀ ମାସରେ ଧାନ ଦେଇଥିଲେ । ୧୯ ଚାଷୀଙ୍କର ୧୮ ଲକ୍ଷ ଟଙ୍କା ହଡପ କରାଯାଇଥିଲା । ଉକ୍ତ ସମବାୟ ସମିତିରେ ଅଫଲାଇନ ମାଧ୍ୟରେ ଧାନ କିଣା ଯାଉଥିବାରୁ ସମବାୟ ସମ୍ପାଦକ ରଘୁନାଥ ମହାକୁଡ ଚଞ୍ଚକତା କରି ଚାଷୀଙ୍କ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା । ଏହି ସମବାୟ ସମିତିରେ ଘଟଣାକୁ ନେଇ ଅନେକ ଚାଷୀ ସ୍ଥାନୀୟ ସରପଞ୍ଚଙ୍କ ନିକଟକୁ ଯାଇଥିବା ବେଳେ ସମ୍ପାଦକ ସମସ୍ତ ଚାଷୀଙ୍କ ଟଙ୍କା ଜୁନ ୭ ସୁଦ୍ଧା ପୈଠ କରିବାକୁ କହିଥିଲେ । ଏହା ମଧ୍ୟରେ ସମୟ ଗଡ଼ିଥିବା ବେଳେ ସମ୍ପାଦକ ଚାଷୀଙ୍କୁ ଟଙ୍କା ପ୍ରଦାନ କରୁନଥିଲେ । ଯାହାକୁ ନେଇ ଚାଷୀମାନେ ନୟାଗଡ଼ ଜିଲ୍ଲାପାଳଙ୍କ ନିକଟରେ ସମ୍ପାଦକଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଜିଲ୍ଲାପାଳଙ୍କ ସାମ୍ନାକୁ ବିଷ ବୋତଲ ଧରି ଯିବାକୁ ଉଦ୍ୟମ କରିଥିଲେ । ଉପଜିଲ୍ଲାପାଳଙ୍କ ର୍ନିେଶରେ ବାଣିଗୋଚ୍ଛା ଥାନାରେ ଏତଲା ଦିଆଯାଇଥିଲା ।

hiranchal ad1
Leave A Reply

Your email address will not be published.

4 × 3 =