ସମ୍ବଲପୁରର ଅଚଳାବସ୍ଥା ନେଇ ବରିଷ୍ଠ ନାଗରିକଙ୍କ ସହିତ ସାଂସଦ ଓ ବିଧାୟକଙ୍କ ଆଲୋଚନା

0 60

ସମ୍ବଲପୁର: ଓଡ଼ିଶା ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ସମ୍ବଲପୁରରେ ସ୍ଥାପନ ପାଇଁ ଆନ୍ଦୋଳନକୁ ନେଇ ଗତ ୧୨ ଡିସେମ୍ବର ଦିନ ସ୍ଥାନୀୟ ଜିଲ୍ଲା ଜଜ କୋର୍ଟରେ ସୃଷ୍ଟି ହୋଇଥିବା ଅଭାବନୀୟ ପରିସ୍ଥିତି ପରେ ଜାରି ରହିଥିବା ଅଚଳାବସ୍ଥାକୁ ଦୂର କରିବା ପାଇଁ ଭାଜପାର କେତେକ ସାଂସଦ ଓ ବିଧାୟକମାନେ ଆଜି ସମ୍ବଲପୁର ଗସ୍ତରେ ଅଛନ୍ତି । ସେମାନଙ୍କ କହିବା ଅନୁସାରେ ସମ୍ବଲପୁରରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ଓ ଆନ୍ଦୋଳନ ସନ୍ଦର୍ଭରେ କାରାଗାରରେ ବନ୍ଦୀ ରଖାଯାଇଥିଡା ସମସ୍ତଙ୍କୁ ମୁକ୍ତିଲାଭ ତାଙ୍କର ମୁଖ୍ୟ ଲକ୍ଷ୍ୟ । ଏହି ଶୃଙ୍ଖଳାରେ ସେମାନେ ଆଜି ପ୍ରଥମେ ଏଠାକାର ମଣ୍ଡଳ କାରାଗାରରେ ବନ୍ଦି ରହିଥିବା ସମ୍ବଲପୁର ଓକିଲଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ । ଏହି ବିଷୟରେ ସେମାନଙ୍କ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ଆଜି ପ୍ରଦତ୍ତ ଦିଆଯାଇଥିବା ତଥ୍ୟ ଅନୁସାରେ କାରାଗାରରେ ଓକିଲ ମାନଙ୍କୁ କୌଣସି ନିର୍ଯାତନା ଦିଆଯାଉନାହିଁ ଓ ଉତ୍କଣ୍ଠାର ସହିତ ମୁକୁଳିବା ପାଇଁ ଅପେକ୍ଷା କରୁଛନ୍ତି । ଏହାପରେ ସେମାନେ ସମ୍ବଲପୁରରେ ପଦସ୍ଥ ରାଜସ୍ୱ ଆୟୁକ୍ତ, ଜିଲ୍ଲାପାଳ, ଆଇଜି ଓ ଏସପି ପରି ସମସ୍ତ ପ୍ରଶାସନିକ ଉଚ୍ଚାଧିକାରୀଙ୍କ ସହିତ ସାକ୍ଷାତ କରି ବର୍ତ୍ତମାନ ସ୍ଥିତି ବିଷୟରେ ଆଲୋଚନା କରିବେ ଓ ପରେ ସ୍ଥାନୀୟ ସାମ୍ବାଦିକଙ୍କୁ ତାଙ୍କର ସମ୍ବଲପୁର ଆଗମନ ବିଷୟରେ ଅବଗତ କରାଇବା କାର୍ଯ୍ୟକ୍ରମ ରହିଛି । ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ଆସିଥିବା ଏହି ଦଳରେ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ସୁନ୍ଦରଗଡ଼ ବିଧାୟିକା କୁସୁମ ପେଟେ, ଲୁଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଦେବଗଡ଼ ସୁବାଷ ପାଣିଗ୍ରାହୀ ଓ ତଲସରା ବିଧାୟକ ଭବାନୀ ଭୋଇ ସାମିଲ ରହିଥିଲେ ।

hiranchal ad1
Leave A Reply

Your email address will not be published.

fifteen − 8 =