‘ଆରୋଗ୍ୟ ରତ୍ନ’ ସମ୍ମାନରେ ସମ୍ମାନିତ ହେଲେ ଯୁବ ଡକ୍ଟର ନରସିଂହ ପ୍ରସାଦ ଚରତି

0 344

ପାରଳାଖେମୁଣ୍ଡି :ହାଲିଷ୍ଟିକ୍‌ ମେଡିସିନ ରିସର୍ଚ୍ଚ ଫାଉଣ୍ଡେସନ(ଏଚ୍‌ଏମ୍‌ଆର୍‌ଏଫ)ଦ୍ୱାରା ଆୟୋଜିତ ୨ୟ ପାରମ୍ପରିକ ଔଷଧ ବିଶ୍ୱ ସମ୍ମିଳନୀର ଏକ ବର୍ଣ୍ଣାଢ଼୍ୟ ସମାବର୍ତ୍ତନ କାର୍ଯକ୍ରମରେ ଏସ୍‌ଆଇଏଫ୍‌ଏ ଆନ୍ତର୍ଜାତୀୟ ପୁରସ୍କାର ଓ ସମାବର୍ତ୍ତନ ଉତ୍ସବରେ ଯୁବ ଡକ୍ଟର ନରସିଂହ ପ୍ରସାଦ ଚରତିଙ୍କୁ ସର୍ବୋତ୍ତମ ପଦକ “ଆରୋଗ୍ୟ ରତ୍ନ ୨୦୨୨” ରେ ଭୂଷିତ କରାଯାଇଛି । ସେ ଜଣେ ବିକଳ୍ପ ଔଷଧ ଅଭ୍ୟାସକାରୀ । କର୍ଣ୍ଣାଟକର ବେଙ୍ଗାଲୁରୁ ସ୍ଥିତ ଡକ୍ଟର ବି. ଆର୍‌. ଆମ୍ବେଦକର ଭବନ ଅଡିଟୋରିୟମରେ ଏଚ୍‌ଏମ୍‌ଆର୍‌ଏଫ,ତେଲେଙ୍ଗାନା ଦ୍ୱାରା ଆୟୋଜିତ ଏକ ବର୍ଣ୍ଣାଢ଼୍ୟ କାର୍ଯକ୍ରମରେ ଡ. ଚରତିଙ୍କୁ ଏହି ସର୍ବୋତ୍ତମ ମାନପତ୍ର ପ୍ରଦାନ କରାଯାଇଥିଲା । ପାରମ୍ପରିକ ଆୟୁର୍ବେଦ ଔଷଧରେ ସିଦ୍ଧହସ୍ତ ତଥା ଏକ ସଫଳ ଯୁବ ଡ଼ାକ୍ତର ଭାବେ ତାଙ୍କୁ ଏଇ ସର୍ବ ବୃହତ୍‌ ଆରୋଗ୍ୟ ରତ୍ନ ୨୦୨୨ ରେ ଉକ୍ତ ଆନ୍ତର୍ଜାତୀୟ ମହାମଞ୍ଚରେ ଭୂଷିତ କରାଯାଇଥିଲା । ସୂଚନାଯୋଗ୍ୟ କି ସର୍ବପ୍ରଥମେ ଡ଼ାକ୍ତର ନରସିଂହ ପ୍ରସାଦ ଚରତିଙ୍କ ତବଲା ବାଦନରୁ ଏଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏଚ୍‌ଏମ୍‌ଆର୍‌ଏଫର ସମସ୍ତ ସଦସ୍ୟମାନଙ୍କ ସହ ୫୩ ଗୋଟି ଦେଶର ଡ଼ାକ୍ତରମାନେ ବିଶ୍ୱବ୍ୟାପୀ ପାରମ୍ପରିକ ଔଷଧର ପ୍ରଚାରପ୍ରସାର କରି ବିଶ୍ୱରେ ଏକ ଐତିହାସିକ ରେକର୍ଡ଼ ସୃଷ୍ଟି କରିଥିଲେ । ଏଇ ବଛା ବଛା ପାରମ୍ପରିକ ଔଷଧ ପ୍ରୟୋଗକରି ଡାକ୍ତରୀ ଦଳଙ୍କ ଏଇ ସଫଳ ଯାତ୍ରା ନିମନ୍ତେ ଦୀପକ ରାଉତଙ୍କ ତତ୍ତ୍ୱାବଧାନରେ ୨ଦିନ ଧରି ଏଇ ୨ୟ ପାରମ୍ପରିକ ଔଷଧ ବିଶ୍ୱ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ଭାବେ ଆନ୍ତର୍ଜାତୀୟ ପ୍ରମୁଖ ଅତିଥି ଭାବେ ଆଲ୍‌ ଫାରବି କାଝକ୍‌ ଜାତୀୟ ବିଶ୍ୱବିଦ୍ୟାଳୟର କୁଳପତି ଡ.ତାତ୍ୟାନା ମୌଲ୍‌ , ମୁଖ୍ୟ ଅତିଥି ଭାବେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. କେ.ସୁଧାକର ଏବଂ ଆନ୍ତର୍ଜାତୀୟ ବକ୍ତା ଭାବେ ସୁଇଜରଲ୍ୟାଣ୍ଡର ପ୍ରୋ ଡ. ଜ୍ୟାକଲିନ୍‌ ଜ୍ୟାକୟୁସ, ପ୍ରୋ. ଡ. ଅଲି ଇରାନୀ ଏବଂ ସମ୍ମାନିତ ଅତିଥି ଭାବେ ଭାରତୀୟ ପ୍ରଫେସର୍‌ ଡ. ଇନ୍ଦ୍ରଜିତ ସିଂହ ଏବଂ ଇସ୍ରୋର ତତ୍କାଳୀନ ବିଶିଷ୍ଟ ବୈଜ୍ଞାନିକ ଡ. ଭୋଜରାଜ ଗାଉଡେର୍‌ ପ୍ରମୁଖ ଉପସ୍ଥିତ ରହିଥିଲେ ।
ପରିଶେଷରେ ସନ୍ଧ୍ୟା ସମୟ ରେ ସଙ୍ଗୀତ କାର୍ଯ୍ୟକ୍ରମ ରେ ମଧ୍ୟ ଶ୍ରୀ ନରସିଂହ ପ୍ରସାଦ ଚରତି ବିଶେଷ ତବଲା ବାଦନ କରି ଦର୍ଶକଙ୍କ ମନ ହରଣ କରିନେଇଥିଲେ ।ଏହି କାର୍ଯ୍ୟକ୍ରମ ରେ ମଧ୍ୟ ଶ୍ରୀ ଚରତି ଙ୍କୁ ସମ୍ମାନିତ କରାଯାଇଥିଲା ।ସେ ପରିଶେଷରେ ପଲ୍ଲୀ ଗ୍ରାମରେ ଜନ ସାଧାରଣଙ୍କ ସ୍ୱାସ୍ଥ୍ୟ ସାଧନ ପାଇଁ ଶପଥ ଗ୍ରହଣ କରିଛନ୍ତି ଏବଂ ବିଶ୍ୱରେ ଶାନ୍ତି ଓ ପ୍ରେମର ବାର୍ତ୍ତା ପ୍ରେରଣ କରିବାରେ ମଧ୍ୟ ବ୍ରତୀ ରହିବେ ବୋଲି କହିଛନ୍ତି ।
ସେ ନିଜ ବାପା,ନାନୀ ଏବଂ ବଡ଼ ଭାଇଙ୍କ ପ୍ରେରଣା ରୁ ଏଇ କାର୍ଯ୍ୟ କରିଆସୁଛନ୍ତି ଏବଂ ସେମାନଙ୍କୁ ଅଶେଷ କୃତଞତା ମଧ୍ୟ ଦେଇଛନ୍ତି । ତଥା ଉକ୍ତ ଗୌରବମୟ ସମ୍ମାନ କୁ ଭାରତୀୟ ଜନସାଧାରଣ ନିମନ୍ତେ ଉତ୍ସର୍ଗ କରିଛନ୍ତି ।
ଏଇ ପରିପ୍ରେକ୍ଷୀରେ ଚରତିଙ୍କୁ ଜାତୀୟ ଏବଂ ଆନ୍ତର୍ଜାତୀୟ ମହଲରୁ ପ୍ରଶଂସାର ସୁଅ ଛୁଟି ଆସୁଛି ।

hiranchal ad1
Leave A Reply

Your email address will not be published.

5 × 4 =