ଇଲେକ୍‌ଟ୍ରୋନିକ୍‌ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ଉପଦେଷ୍ଟା କନ୍ଧମାଳ ଗସ୍ତ

0 72

ଫୁଲବାଣୀ : ଓଡ଼ିଶା ସରକାରଙ୍କର ଇଲେକ୍‌ଟ୍ରୋନିକ୍‌ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ମାନ୍ୟବର ଉପଦେଷ୍ଟା ଅନୁଭବ ପଟ୍ଟନାୟକଙ୍କ ଗସ୍ତର ଦ୍ୱିତୀୟ ଦିନରେ ବାଲିଗୁଡ଼ା, କେ. ନୂଆଗାଁ ଓ ଫିରିଙ୍ଗିଆ ବ୍ଳକ କାର୍ଯ୍ୟାଳୟ ରେ ଥିବା ମୋ ସେବା କେନ୍ଦ୍ର, ଓୱାନ୍‌ କକ୍ଷ, ଭିସି ହଲ୍‌, ଆଧାର କେନ୍ଦ୍ର ଆଦିର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଥିଲେ । ସେ ବିଡିଓ ମାନଙ୍କୁ କହିଲେଯେ, ପ୍ରତି ପଞ୍ଚାୟତରେ ମୋ ସେବା କେନ୍ଦ୍ର ଖୋଲାଯିବ । ସେଠାରେ ବ୍ୟାଙ୍କ ସେବା ମଧ୍ୟ ଉପଲବ୍ଧ ହେବ । ଫଳରେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟରେ ଲୋକମାନେ ନିଜ ନିଜ ପଞ୍ଚାୟତରେ ଏହି ସେବା ଗୁଡ଼ିକ ପାଇପାରିବେ । ସେମାନଙ୍କୁ ଆଉ ବ୍ଲକ ସଦରମହକୁମାକୁ ଆସିବାକୁ ପଡ଼ିବନି କି ଅଧିକ ଖର୍ଜାନ୍ତ ହେବାକୁ ପଡ଼ିବ ନାହିଁ । ଲୋକ ମାନଙ୍କୁ ଏହା ଉପରେ ସଚେତନ କରିବା ଆବଶ୍ୟକ । ସେଥିପାଇଁ ଜନ ପ୍ରତିନିଧିମାନଙ୍କୁ କମ୍ପ୍ୟୁଟର ବ୍ୟବହାର ଏବଂ ଅନ୍‌ଲାଇନ ସେବାଗୁଡ଼ିକ ଉପରେ ତାଲିମ ପ୍ରଦାନ କରିବାକୁ ବି.ଡି.ଓ.ମାନଙ୍କୁ ପରାମର୍ଶ ଦେଇଥିଲେ । ଶ୍ରୀ ପଟ୍ଟନାୟକ ୩ ଟି ରୂପାନ୍ତରୀତ ବିଦ୍ୟାଳୟର ସ୍ମାର୍ଟ କ୍ଲାସ, ଇଲାଇବ୍ରେରୀ ବୁଲିବା ସହିତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀମାନଙ୍କ ସହିତ ସୁବିଧା ଅସୁବିଧା ଉପରେ ଆଲୋଚନା କରିଥିଲେ । ବାଲିଗୁଡ଼ା ଓ କେ. ନୂଆଗାଁ ଠାରେ ଥିବା ମୋ ସେବା କେନ୍ଦ୍ର ବୁଲି ଦେଖିବା ସହିତ ଗ୍ରାମ ସ୍ତରୀୟ ଉଦ୍ୟୋଗୀ ମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ମାନ୍ୟବର ଉପଦେଷ୍ଟା ଅନୁଭବ ପଟ୍ଟନାୟକ ଆଜିର ଗସ୍ତ ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଇଣ୍ଟରନେଟ୍‌ ସଂଯୋଗ, ଲେବର କାର୍ଡ ମିଳିବାରେ ବିଳମ୍ବ ହେଉଥୁବା ଉପରେ ସମୀକ୍ଷା କରିଥିଲେ । ସେ କହିଲେ, ଘର ପାଖରେ ଏବଂ ସ୍ୱଳ୍ପ ମୂଲ୍ୟରେ ସେବା ଯୋଗାଇଦେବା ପାଇଁ ସରକାର ଚାହୁଁଛନ୍ତି । ଜିଲ୍ଲାରେ ଥିବା ମୋ ସେବା କେନ୍ଦ୍ର ଗୁଡ଼ିକ ମାଧ୍ୟମରେ ଲେବର କାର୍ଡ ମିଳିବାରେ ଅସୁବିଧା ହେଉଥିବାବେଳେ ଶ୍ରମ କାର୍ଯ୍ୟାଳୟ ସେମାନେ ଉପଯୁକ୍ତ କାଗଜାତ୍‌ ଦେଉନଥିବା କହୁଛନ୍ତି । ଶ୍ରମ କାର୍ଯ୍ୟାଳୟ ଏସଓପି ଜାରି କରନ୍ତୁ ଏବଂ ସେଥିରେ ନୂଆ କାର୍ଡ ପାଇଁ ଓ ରିନୁଆଲ୍‌ ପାଇଁ କେଉଁ କେଉଁ ତଥ୍ୟ ବା କାଗଜାତ୍‌ ଆବଶ୍ୟକ ତାହା ପରିଷ୍କାର ଭାବେ ଉଲ୍ଲେଖ କରିବା ସହିତ ଗୋଟିଏ ଟେଲିଫୋନ୍‌ ନମ୍ବର ଦେବାକୁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ପଠାଇବାର ୧୫ ଦିନ ପରେ ସେମାନେ ସେହି ନମ୍ବରରେ ଫୋନ୍‌ କରି କାର୍ଡ ସମ୍ପର୍କରେ ବୁଝି ପାରିବେ । ସେହିପରି, ବି.ଏସ୍‌.ଏନ୍‌.ଏଲ୍‌. କର୍ତ୍ତୃପକ୍ଷ ଇଣ୍ଟରନେଟ୍‌ ସଂଯୋଗ ପାଇଁ ଥିବା ବ୍ୟବସ୍ଥା ଓ ରେଟ୍‌ ତାଲିକା ସହିତ ଅନ୍ୟାନ୍ୟ ଆବଶ୍ୟକୀୟ ତଥ୍ୟ ଉଲ୍ଲେଖ କରି ୧୫ ଦିନ ମଧ୍ୟରେ ଚିଠି କରିବେ । ସେହି ଅନୁସାରେ ବିଡିଓ ଓ ସରପଞ୍ଚମାନେ ଆବେଦନ କରିବେ । ସମୀକ୍ଷା ସମୟରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଜିଲ୍ଲା ପଞ୍ଚାୟତ ଅଧିକାରୀ ଡଃ ରତିକାନ୍ତ ଆଚାର୍ଯ୍ୟ, ଜିଲ୍ଲା ଶିକ୍ଷା ଅଧ୍ୱକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ, ଜିଲ୍ଲା ଶ୍ରମ ଅଧିକାରୀ, ଏସ୍‌.ଡି.ଓ., ବି.ଏସ୍‌.ଏମ୍‌.ଏଲ୍‌., ଫୁଲବାଣୀ, ଜିଲ୍ଲା ଇ-ଗଭର୍ଣ୍ଣାନ୍ସ ମ୍ୟାନେଜର ରୀତାଶ୍ରୀ ବାରିକ, ଇଷ୍ଟେଟ୍‌ ଅଫିସର୍‌, ଓକାକ୍‌ ବିକାଶ କୁମାର ନାୟକ, ମୋ ସେବା କେନ୍ଦ୍ର ଓଡ଼ିଶା ମୁଖ୍ୟ ସୁରଥ ଜେନା, ମୋ ସେବା କେନ୍ଦ୍ର କନ୍ଧମାଳ ଜିଲ୍ଲା ମ୍ୟାନେଜର ଗୋଲକ ବିହାରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

fourteen − seven =