ବିଆର ଆମ୍ବେଦକରଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ପାଳିତ

0 142

ଫୁଲବାଣୀ : ଅଲ ଇଣ୍ଡିଆ ଏସସି ଫେଡ଼ରେସନର ଆନୁକୁଲ୍ୟରେ ଜାଗ୍ରତ୍‌ କନ୍ଧମାଳର ପ୍ରତିଷ୍ଠାତା ତଥା ଆଇନଜୀବୀ ସତ୍ୟ ନାରାୟଣ ବେହେରାଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତ ବର୍ଷର ସମ୍ବିଧାନ ପ୍ରଣେତା, ସର୍ବଶ୍ରେଷ୍ଠ ଆଇନଜ୍ଞ, ବିଶ୍ୱର ଭାଷାବିତ ଡ଼ଃ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ମହା ସମାରୋହରେ ସ୍ଥାନୀୟ ଫୁଲବାଣୀ ସାହି ସ୍ଥିତ ଆମ୍ବେଦକର ଛକଠାରେ ପାଳିତ ହୋଇଥିଲା । ସର୍ବ ପ୍ରଥମେ ବାବା ସାହେବ ଭୀମ ରାଓଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ପରେ ଉପସ୍ଥିତ ଅତିଥିମାନେ ବାବା ସାହେବଙ୍କ ଆଦର୍ଶ ଆଚରଣ ଓ ସମ୍ବିଧାନ ପ୍ରଣୟନ ଉପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବରିଷ୍ଠ ଆଇନଜୀବୀ ତଥା ରୋଟାରୀ କ୍ଲବ ସଭାପତି ହରିଶ୍ଚନ୍ଦ୍ର ମହାରଣା, ଏସସି ଫେଡରେସନର ସଭାପତି ଡଃ ସୋମନାଥ ବାଘ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପିକା ଜ୍ୟୋତିର୍ମୟୀ କହଁରଙ୍କ କରକମଳରେ ବାବା ସାହେବ ଭୀମ ରାଓ ରଥର ଶୁଭ ଉଦଘାଟନ କରାଯାଇଥିଲା । ଏହି ରଥ ଫୁଲବାଣୀ ସମେତ ଗ୍ରାମଞ୍ଚଳରେ ଭୀମ ରାଓଙ୍କ ବହୁମୁଖୀ ପ୍ରତିଭା ଏବଂ ତାଙ୍କର ଆଦର୍ଶ ଆଚରଣ ବିଧି ଜନ ସାମାଜରେ ଲୋକଙ୍କ ନିକଟରେ ପହଞ୍ଚାଇବା । ଅନ୍ୟ ମାନଙ୍କ ମଧ୍ୟରେ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ପ୍ରେସକ୍ଲବ ସଭାପତି ସୁନୀଲ କୁମାର ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ପ୍ରତାପ ପାତ୍ର, ବିଜୟ କୁମାର ମହାନ୍ତି, ଜିଲ୍ଳା ମିଡିଆ ଫୋରମ ସମ୍ପାଦକ ସୂର୍ଯ୍ୟ ନାରାୟଣ ବେହେରା, ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଦେବ ବେହେରା, ଶ୍ରମିକ ନେତା ଘନ କୁମାର ଶବର, ପୂର୍ବତନ କାଉନସିଲର ଶିବ ସାହାଣୀ, ଦିବାକର ଦିଗାଲ, ଜାଗ୍ରତ କନ୍ଧମାଳର ସହ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ, ଆଇନଜୀବୀ ତଥା ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ବୈଦ୍ୟନାଥ ନାୟକଙ୍କ ସମେତ ବହୁ ସଂଖ୍ୟକ ଆମ୍ବେଦକର ପ୍ରେମୀ ଉପସ୍ଥିତ ଥିଲେ । ପରେ ପରେ କଂଗ୍ରେସ ଦଳ ପକ୍ଷରୁ ଶିବ ଶଙ୍କର ବେହେରାଙ୍କ ନେତୃତ୍ୱରେ ସଂସାର ଭୋଇ, ଯୁବ ସଭାପତି ବସନ୍ତ କୁମାର ପାଢ଼ୀଙ୍କ ସମେତ ବିଭିନ୍ନ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ରହି ଭୀମ ରାଓଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

4 × 3 =