ପୁରୀ : ବିଦ୍ୟୁତର ସଦ ବ୍ୟବହାର ଓ ବିଦ୍ୟୁତ ସଂଚୟ ନେଇ ପ୍ରତ୍ୟେକ ସଚେତନ ହେଲେ ଭବିଷ୍ୟତ ପାଇଁ ଶକ୍ତି ସଂଚୟ କରାଯାଇପାରିବ ବୋଲି ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ କହିଛନ୍ତି । ଆଜି ପୂର୍ବାହ୍ନରେ ପୁରୀ ଟାଉନ ହଲଠାରେ ଜିଲ୍ଲା ପ୍ରଶାସନ ଏବଂ ପିଜିସିଆଇଏଲ, ଓପିଟିସିଏଲ , ଟିପିସିଓଡିଏଲର ମିଳିତ ସହଯୋଗରେ ଆଜାଦୀକା ଅମୃତ ମହୋତ୍ସବ ପାଳନ ଅବସରରେ ଉଜ୍ଜ୍ୱଳ ଭାରତ, ଉଜ୍ଜ୍ୱଳ ଭବିଷ୍ୟ ପାୱାର ଅ୨୦୪୭ ବିଦ୍ୟୁତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଷଡ଼ଙ୍ଗୀ ଆଜିର ସମୟରେ ବିଜୁଳି ଏକ ଅପରିହାର୍ଯ୍ୟ ଆବଶ୍ୟକତା ହୋଇପଡ଼ିଛି । ଅତୀତରେ ବିଦ୍ୟୁତ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିବା ସହ ଉପଭୋକ୍ତା ମାନଙ୍କ ସହ ସୁସମନ୍ୱୟ ଓ ସୁସମ୍ପର୍କ ରକ୍ଷା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ପୁରୀ ପୈାର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ଓ ପୁରୀ ସଦର ପଂଚାୟତ ସମିତି ଅଧ୍ୟକ୍ଷ ଦିବାକର ପାତ୍ର ଏଥିରେ ଅତିଥି ଭାବେ ଯୋଗ ଦେଇ ପ୍ରତ୍ୟେକ ସଚେତନ ହୋଇ ବିଜୁଳିର ସୁରକ୍ଷା ଓ ସଦ ବ୍ୟବହାର ପାଇଁ ଅନୁରୋଧ କରିଥିଲେ । ବିଦ୍ୟୁତ ବିଭାଗ ସଠିକ ସେବା ଯୋଗାଇବା ସହ ରକ୍ଷଣାବେକ୍ଷଣ ଠିକ୍ ଭାବେ ସମ୍ପାଦନ କରିବା, ଉପଭୋକ୍ତା ମାନେ ସଠିକ ସମୟରେ ଦେୟ ପ୍ରଦାନ ଓ ସହଯୋଗ ପାଇଁ ଅନୁରୋଧ କରିଥିଲେ । ପାୱାର ଗ୍ରୀଡର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଆଲୋକ ଯୋଗ ଦେଇ ବିଦ୍ୟୁତର ସଦୁପଯୋଗ, ସୁରକ୍ଷା ଓ ବିଭାଗର ଦାୟିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଓପିଟିସିଏଲର ଜିଏମ୍ ପ୍ରଶାନ୍ତ କୁମାର ପଟ୍ଟନାୟକ ସ୍ୱାଧୀନତା ପରବର୍ତ୍ତୀ ସମୟରେ ବିଜୁଳିର ଉପଲବ୍ଧି ସମ୍ପର୍କରେ ଆଲୋକପାତ କରିଥିଲେ ।
ସମଗ୍ର ଦେଶକୁ ଏକ ଗ୍ରୀଡ ଏକ ଫ୍ରିକ୍ୟୁନ୍ସି ସହ ସଂଯୋଗ କରି ୧.୬ ଲକ୍ଷ ସର୍କିଟ କିଲୋମିଟର ଟ୍ରାନ୍ସମିସନ ଲାଇନ ଯୋଗ କରାଯାଇଛି । ୨୦୧୮ ରେ ଶତକଡା ଶହେ ଭାଗ ଗ୍ରାମ୍ୟ ବିଦ୍ୟୁତିକରଣ ଓ ଘରୋଇ ବିଦ୍ୟୁତିକରଣ ହାସଲ କରାଯାଇଛି । ବ୍ୟବସ୍ଥାକୁ ସୁଦୃଢ ନିମନ୍ତେ ୨.୦୨ ଲକ୍ଷ କୋଟି ଟଙ୍କା ବିନିମୟରେ ଗ୍ରାମାଞ୍ଚଳରେ ୨୦୧୫ ରେ ଥିବା ୧୫ ଘଣ୍ଟା ବିଦ୍ୟୁତ ଯୋଗାଣକୁ ବର୍ତ୍ତମାନ ହାରାହାରି ୨୨.୫ ଘଣ୍ଟାକୁ ବୃଦ୍ଧି କରାଯାଇଛି । ୧୬୯ ଗିଗା ୱାଟ ଉତ୍ପାଦନ କ୍ଷମତା ଯୋଡ଼ି ହୋଇ ଆମ ଦେଶକୁ ଶକ୍ତି ଅଭାବରୁ ଅତ୍ୟଧିକ ଶକ୍ତି ରେ ପରିଣତ କରିଛି ବୋଲି ବିଦ୍ୟୁତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ପାୱାର ଗ୍ରିଡର ଜିଏମ୍ ଶ୍ରୀମତୀ ଶକୁନ୍ତଳା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ପୁରୀ ଟିପିସିଓଡିଏଲର ନିର୍ବାହୀ ଯନ୍ତ୍ରୀ ଜ୍ୟୋତ ରଞ୍ଜନ ସ୍ୱାଇଁ ଓ ଅନ୍ୟାନ୍ୟ ଅଧିକାରୀ, କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ଅବସରରେ ଉପଭୋକ୍ତା ମାନେ ବିଦ୍ୟୁତ ସଂସ୍କାର ସମ୍ପର୍କରେ ବିବିଧ ମତାମତ ପ୍ରଦାନ କରିଥିଲେ । ଶକ୍ତି କ୍ଷେତ୍ରରେ ସଚେତନତା ପାଇଁ କ୍ଷୁଦ୍ର ଚଳଚ୍ଚିତ୍ର, ନୁକ୍କଡ ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post