ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ବିଭିନ୍ନ ଦୋକାନ ବଜାର ଯାଞ୍ଚ

0 150

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ଆଜି ଦୈନିକ ବଜାର ଓ ଉଠା ବ୍ୟବସାୟୀ ରାସ୍ତା ଉପରେ ବିକ୍ରି କରୁଥିବାରୁ ରାସ୍ତା ସଂକୀର୍ଣ୍ଣ ହେଉଥିବାରୁ ଟ୍ରାଫିକ ସମସ୍ୟା ଉପୁଜୁଥିଲା । ଉଠା ବ୍ୟବସାୟୀ ମାନଙ୍କୁ ପଛକୁ ଘୁଞ୍ଚାଇ ବିକ୍ରିବଟା ନ କରିବା ସକାଶେ କୁହାଯାଇଥିଲା । ପରେ ଗ୍ରୋସରି ଦୋକାନ, ମିଠା ଦୋକାନ ଏହି ପରି ବିଭିନ୍ନ ଦୋକାନ ଗୁଡିକରେ ଚଢ଼ାଉ କରାଯାଇ, ଫୁଡ଼ ଲାଇସେନ୍ସ, ଟ୍ରେଡ ଲାଇସେନ୍ସ, ପଲିଥିନ, ପ୍ଲାଷ୍ଟିକ ଗ୍ରାସ ସବୁ ତଦାରଖ କରାଯାଇଥିଲା । ୩୪ କେଜି ପ୍ଲାଷ୍ଟିକ ଗ୍ଲାସ, ପଲିଥିନ ଧରାଯାଇ ଥିଲା । ଏହି ଚଢାଉରେ ବନ ବିଭାଗ, ଖାଦ୍ୟ ନିରୀକ୍ଷକ, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଯୋଗାଣ ବିଭାଗ ସହଯୋଗରେ ଦୋକାନ ଗୁଡିକ ଚଢ଼ାଉ କରାଯାଇଥିଲା । ଅତ୍ୟାବଶ୍ୟକ ଜିନିଷର ଦର ଠିକ ଦର ନେବା ସକାଶେ କୁହାଯାଇଥିଲା । ଅଧିକ ଦାମରେ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣା ପଡ଼ିଛି ।ଲୋକଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିକୁ ଆଖି ଆଗରେ ରଖି ଏହିଭଳି ପଦକ୍ଷେପ ନିଆଯାଇଛି । ସହରକୁ ସରସ ସୁନ୍ଦର, ସୁସ୍ଥ ସୁନ୍ଦର କରିବା ସକାଶେ ଏହି ଭଳି ପଦକ୍ଷେପ ନିଆଯାଇଛି । ଏହି ଭଳି ତଦାରଖ ଯାଞ୍ଚ କରାଯିବାର ବ୍ୟବସ୍ଥା ଆଗକୁ ଜାରି ରହିବ ବୋଲି ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

4 × two =