ଭିଜିଲାନ୍ସ ଜାଲରେ ପୁରୀ ସବ୍‌-ରେଜିଷ୍ଟ୍ରାରର ମୁଖ୍ୟ କିରାଣୀ

0 102

ପୁରୀ : ପୁରୀ ଜିଲ୍ଲା ସବ୍‌-ରେଜିଷ୍ଟ୍ରାରର ମୁଖ୍ୟ କିରାଣୀ ରଘୁନାଥ ବିଷୋଇ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଜନୈକ ଅଭିଯୋଗକାରୀଙ୍କ ଠାରୁ ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ ଏବଂ ଗ୍ରହଣ କରିଥିଲେ ।
ଅଭିଯୋଗକାରୀଙ୍କ ପିତାଙ୍କ ଅସୁସ୍ଥତା ହେତୁ ତାଙ୍କୁ ପାୱାର ଅଫ ଆଟର୍ନି କରିବା ସପକ୍ଷରେ ଏହି ଅର୍ଥ ଶ୍ରୀ ବିଷୋଇ ଦାବି କରିଥିଲେ । ଏହାପୂର୍ବରୁ ଶ୍ରୀ ବିଷୋଇ ଅଭିଯୋଗକାରୀଙ୍କ ଠାରୁ ୧୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । କିନ୍ତୁ ଅଭିଯୋଗକାରୀ ଯେତେବେଳେ ଏହି ପରିମାଣର ଅର୍ଥ ଦେବାକୁ ଅସମର୍ଥତା ପ୍ରକାଶ କଲେ ଶ୍ରୀ ବିଷୋଇ ଲାଞ୍ଚ ପରିମାଣକୁ ୫୦୦୦ ଟଙ୍କାକୁ ହ୍ରାସ କରିଥିଲେ । ଆଜି ଭିଜିଲାନ୍ସର ଅଧିକାରୀଙ୍କ ଦ୍ୱାରା ସେ ଧରାଯିବା ସହ ସମ୍ପୁର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି ।ଏହି ସଂପର୍କରେ ଭୁବନେଶ୍ୱର ଭିଜିଲାନ୍ସ P.S କେସ୍ ନଂ 10 / 2023U / s-7P.C (ସଂଶୋଧନ) ଅଧିନିୟମ, 2018 ରେଜିଷ୍ଟ୍ରେସନ୍ ହୋଇଛି | ଅଭିଯୁକ୍ତ କିରାଣୀଙ୍କ ବିରୋଧରେ ତଦନ୍ତ ଚାଲିଛି।

hiranchal ad1
Leave A Reply

Your email address will not be published.

3 × three =