କବରାପାଲି ରାମନବମୀ ଉଦଯାପିତ, ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରବେଶ

0 198

ସମ୍ବଲପୁର: ସ୍ଥାନୀୟ ଯୁଯୋମୁରା ବ୍ଲକର କବରାପାଲି ଠାରେ ୧୧ ଦିନ ଧରି ଆୟୋଜିତ ଶ୍ରୀରାମ ନବମୀ ମହୋତ୍ସବ ଆନୁଷ୍ଠାନିକ ଭାବେ ପୂର୍ଣ୍ଣାହୁତି ପରେ ଉଦଯାପିତ ହୋଇ ପ୍ରଭୁ ଶ୍ରୀରାମ ଭଗବାନ ମନ୍ଦିର ପ୍ରବେଶ କରିଛନ୍ତି । ଏହି ଆୟୋଜନରେ ୧୧ ଦିନ ଧରି କବରାପାଲି ଅଯୋଧ୍ୟାନଗରୀ ଭାବେ ଧାର୍ମିକ ସ୍ଥଳିରେ ପରିଣତ ହୋଇଥିଲା । ଏଥିପାଇଁ ଗାଁକୁ ଆମିଷ ଓ ନିଶାଦ୍ରବ୍ୟରୁ ସଂପୁର୍ଣ୍ଣ ମୁକ୍ତ ରଖାଯାଇଥିବା ବେଳେ ୧୧ ଦିନ ଧରି ଗ୍ରାମବାସୀ, ଅତିଥି ଓ କୁଣିଆ ମୈତ୍ର ଏକାଠି ବସି ଅନ୍ନ ଭୋଜନ କରି ଆସୁଥିଲେ । ଏକତା ଓ ସଂହତି ବନ୍ଧନରେ କବରାପାଲି କେବଳ ନିଦର୍ଶନ ଦେଖାଇନି ବରଂ ଗ୍ରାମର ସାନରୁ ବଡ ସମସ୍ତେ ରାମଳୀଳା ଭଳି ପୌରାଣିକ କାହାଣୀକୁ ନେଇ ନାଟକରେ ଅଭିନୟ କରି ନିଜର କଳା ନୈପୁଣ କୌଶଳ ପ୍ରଦର୍ଶନ କରି ଅଞ୍ଚଳରେ ଏକ ନୂତନ ବାର୍ତ୍ତା ଦେବାକୁ ସକ୍ଷମ ହୋଇଛନ୍ତି । ଏଥର ୭୫ ବର୍ଷରେ ପଦାର୍ପଣ କରି ପ୍ଲାଟିନମ୍‌ ଜୁବୁଲି ପାଳନ ଅବସରରେ ଏହାକୁ ରେଢାଖୋଲ ବିଧାୟକ ତଥା ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ଉଦଘାଟନ କରିଥିବା ବେଳେ ବିଭିନ୍ନ ଦିନରେ ବିଶେଷ ଅତିଥି ଭାବେ ଡା.ରାଜାରାମ ଷଡଙ୍ଗୀ, ପ୍ରୋ ଆଦିତ୍ୟ ପ୍ରସାଦ ପାଢୀ, ଶିକ୍ଷାବିତ ରାଜେନ୍ଦ୍ର କୁମାର ପଣ୍ଡା, ଆଇଆଇଏମର ସିଏଫଏସ ସୁବୋଧ କୁମାର ଦୋରା, ଡା ଶଙ୍କର ରାମଚନ୍ଦାନୀ, ଆସଫ୍‌ ଅଲ୍ଳି ଖାଁ, ଗୋବିନ୍ଦ ଅଗ୍ରୱାଲ, ଦେବେନ୍ଦ୍ର ମହାପାତ୍ର ଯୋଗଦାନ କରି ଧର୍ମ, ସଂସ୍କୃତି ଉପରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସସ୍ମିତା ଦେହୁରୀ ଓ ବିଭିନ୍ନ ପଞ୍ଚୟତର ସରପଞ୍ଚ, ସମିତି ସଭ୍ୟାମାନେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ୧୧ ଦିନ ଧରି ପ୍ଲାଟିନମ୍‌ ମହୋତ୍ସବରେ ସଂକିର୍ତ୍ତନ, ପାରାୟଣ, ପାଲା, ରାମଳୀଳା, ମହିଳା ସଂକୀର୍ତ୍ତନ ଓ ଭଜନ ପ୍ରଭୃତି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୭୫ ବର୍ଷ ଧରି ରାମଳୀଳାର ବିଭିନ୍ନ କ୍ଷେତ୍ରରେ ଅବଦାନ ଥିବା ପ୍ରାୟ ୧୦୦ ଜଣ କଳାକାର ଓ ସଂଗଠକଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବର ସଫଳତା ପାଇଁ ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କ ସହ ସ୍ୱର୍ଗତ କୁଞ୍ଜବିହାରୀ ବଢାଇଙ୍କ ପୁତ୍ର ଦିଲ୍ଲିପ କୁମାର ବଢାଇ ଏକ ଲକ୍ଷ ଟଙ୍କା ପ୍ରଦାନ କରି ନିଜର ବଦାନ୍ୟତାର ପ୍ରଦର୍ଶନ କରିଛନ୍ତି । ଏପରିକି ଏହି ମହୋତ୍ସବରେ ସମାଜସେବାର ପ୍ରତିଫଳନ ଦେଖିବାକୁ ମିଳିଥିଲା । ଗ୍ରାମର ଅଶୋକ ମିର୍ଦ୍ଧା ଗରିବ ପରିବାରଙ୍କୁ ନୂତନ ବସ୍ତ୍ର ପ୍ରଦାନ କରିଥିବା ବେଳେ ଯୁଯୋମୁରା ବ୍ଲକ୍‌ କବରାପାଲି ପଞ୍ଚାୟତ ଡ୍ରାଇଭର ସଂଘ ସହସ୍ରାଧିକ ଭକ୍ତ ଓ ଦର୍ଶକଙ୍କୁ ସରବତ ଓ ପାନୀୟ ଜଳ ପ୍ରଦାନ କରି ନିଜର ତ୍ୟାଗପୁତ ସେବା ପ୍ରଦର୍ଶନ କରିଛନ୍ତି । ଆୟୋଜିତ ଉତ୍ସବକୁ ଶରତ ଚନ୍ଦ୍ର ସାହୁ, ଅଶ୍ୱିନୀ ବଢାଇ, ମନୋଜ ପଧାନ, ସନ୍ଦିପ ସାହୁ, ମହିମା ପ୍ରସାଦ ବଡାଇ, ସଞ୍ଜୟ ପ୍ରଧାନ, ଭବାନୀଶ ଭୋଇ, ମନୋଜ ବଢାଇ, କ୍ଷୀରୋଦ ଚନ୍ଦ୍ର ସାହୁ, ହେମନ୍ତ ସାହୁ, ଲଲିତ ଭୋଇ, ସୁରେନ୍ଦ୍ର ପଧାନ, ଦିଲ୍ଲିପ କୁମାର ବଢାଇ, ଗୋବିନ୍ଦ ଚନ୍ଦ୍ର ସାହୁ ଓ ଜଗନ୍ନାଥ ପଧାନ ପ୍ରମୁଖ ବିଭିନ୍ନ କ୍ଷେତ୍ରରେ ପରିଚାଳନାଗତ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

nineteen + 9 =