ନୂଆପଡ଼ା: ନୂଆପଡା ଜିଲ୍ଲା ସଦର ବ୍ଲକ କେନ୍ଦୁବାହାରା ଗ୍ରାମ ପଞ୍ଚାୟତ ବ୍ରାହ୍ମଣୀ ଗ୍ରାମରେ ପୁଣି କଲରାପତରିଆ ବାଘ ଆତଙ୍କ । ସକାଳୁ ବାଛୁରୀ ଅନ୍ୟ ଗାଈମାନଙ୍କ ସହ ଚରିବା ପାଇଁ ନିକସ୍ଥ ଜଙ୍ଗଲକୁ ଯାଇଥିଲ । ସେଠାରେ କଲରାପତରିଆ ବାଘ ବାଛୁରୀକୁ ମାରି ଖାଇଥିବା ଅଭିଯୋଗ ହେଉଅଛି । ବାଛୁରୀ ମାଲିକ ଅଗନୁ ରାଉତ ନୂଆପଡା ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଚିଂ ତଦନ୍ତ କରୁଛନ୍ତି । ସୂଚନାଯୋଗ୍ୟ ଯେ ଗତ ୧୬ ତାରିଖ ସିଲାରିବାହାରା ଗାଁ ରେ ଅଂଶୁଘାତରେ ଆକ୍ରାନ୍ତ ଗୋଟିଏ କଲରାପତରିଆ ବାଘକୁ ଠାବ କରି ନୂଆପଡା ରେଞ୍ଜରେ ତାର ଚିକିତ୍ସା ଜାରୀ ରହିଥିବା ବେଳେ ପୁଣି ଏକ ବାଘ ଆଜି ବାଛୁରୀକୁ ମାରି ଖାଇବା ଘଟଣା ବାଘ ଆତଙ୍କକୁ ଦ୍ୱିଗୁଣିତ କରୁଅଛି । ଅଂଚଳରେ ଭୟର ବାତାବରଣ ଖେଳିଯାଇଛି । ଅଭୟାରଣ୍ୟ ମଧ୍ୟରେ ବାଘ ରହିବା ସ୍ୱଭାବିକ ଅଟେ । ତେଣୁ ଅଞ୍ଚଳବାସୀମାନେ ଉପଯୁକ୍ତ ପରିବେଶ ସୃଷ୍ଟି କରି ବାଘ ସହ ମଣିଷ ରହିବା ପ୍ରୟାସ କରିବା ଦରକାର ଅଟେ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।