ଜାତୀୟ କର୍ମଶାଳାରେ ଯୋଗ ଦେବା ପାଇଁ କଳାହାଣ୍ଡି ଜନ ପ୍ରତିନିଧିଙ୍କ ଭୁବନେଶ୍ୱର ଯାତ୍ରା

0 54

ଭବାନିପାଟଣା: କଳାହାଣ୍ଡି ଜିଲ୍ଲାର ୨୬ ଜଣ ସରପଞ୍ଚ, ୧୩ ଜଣ ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ତଥା ସରକାରୀ ଅଧିକାରୀ ଭାବେ ଜିଲ୍ଲା ପଞ୍ଚାୟତ ଅଧିକାରୀ, କଳାହାଣ୍ଡି ଏବଂ ଡିପିଏମ୍‌(ଆରଜିଏସ୍‌ଏ) ଏହି ପରି ମୋଟ ୪୨ ଜଣ ଜାତୀୟ କର୍ମଶାଳାରେ ଯୋଗ ଦେବା ପାଇଁ ଭବାନୀପାଟଣା ଜିଲ୍ଲା ପରିଷଦ କାର୍ଯ୍ୟାଳୟରୁ ବସ୍‌ ଯୋଗେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି । ଏହି ଯାତ୍ରାକୁ ବିରଞ୍ଚି ନାରାୟଣ ଦରଭନ୍‌, ଅତିରିକ୍ତ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କଳାହାଣ୍ଡି ପତାକା ଦେଖାଇ ଶୁଭ ଉଦ୍‌ ଘାଟନ କରିଥିଲେ ।
ଆସନ୍ତାକାଲିଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଏସଆଇଆରଡି(ପିଆର ଡିପାର୍ଟମେଣ୍ଟ) ଦ୍ୱାରା କିଟ୍‌ ବିଶ୍ୱ ବିଦ୍ୟାଳୟ ଭୁବନେଶ୍ୱର ପରିସରରେ ଏହି ଜାତୀୟ କର୍ମଶାଳା ଅନୁଷ୍ଠିତ ହେବ । ଏହି କର୍ମଶାଳାରେ ଏସ୍‌ଏସ୍‌ଡିଜି କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଶିଶୁ ବନ୍ଧୁ ଗ୍ରାମ ପଞ୍ଚାୟତ ଓ ମହିଳା ବନ୍ଧୁ ଗ୍ରାମ ପଞ୍ଚାୟତ ବିଷୟରେ ଆଲୋଚନା ହେବ । ଆସନ୍ତା ତା ୧୯.୦୨.୨୦୨୩ ଦିନ ଆମ ଜିଲ୍ଲାର ସଂପୃକ୍ତ ପ୍ରତିନିଧିବୃନ୍ଦ ଗଞ୍ଜାମ ଜିଲ୍ଲାକୁ କ୍ଷେତ୍ର ପରିଦର୍ଶନ ପାଇଁ ଯିବାର କାର୍ଯ୍ୟକ୍ରମ ରହିଛି ।

hiranchal ad1
Leave A Reply

Your email address will not be published.

two × 5 =