ନନ୍ଦାହାଣ୍ଡିରେ ବ୍ଲକସ୍ତରୀୟ ପରାମର୍ଶ ଶିବିର

0 68

ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦହାଣ୍ଡି ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ଉକ୍ତ ଶିବିରରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଚୁକ୍ତି କରିଥିବା ତାଲିମ୍‌ ପ୍ରଦାନକାରୀ ସଂସ୍ଥା ମାନେ ଅଂଶ ଗ୍ରହଣ କରିଥିଲେ । ଏହି ଶିବିରରେ ବ୍ଲକର ପଞ୍ଚମ ଶ୍ରେଣୀ ପାସରୁ ସ୍ନାତକ ଓ ଆଇଟିଆଇ, ଡିପ୍ଲୋମା ପାସ୍‌ ପର୍ଯ୍ୟନ୍ତ ୧୮ ରୁ ୩୫ ବର୍ଷ ମଧ୍ୟରେ ଥିବା ଯୁବତୀ ମାନେ ଅଂଶ ଗ୍ରହଣ କରିଥିଲେ । ବୈଷୟିକ ଶିକ୍ଷା ମାଧ୍ୟମରେ ବାଳିକାମାନଙ୍କର ଉନ୍ନତି ପାଇଁ ନନ୍ଦହାଣ୍ଡି ପ୍ରଶାସନ ଏହି କାର୍ଯ୍ୟକ୍ରମ ଜରିଆରେ ଏକ ସୁନ୍ଦର ପ୍ରୟାସ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ତଥା ଅନ୍ୟ ଜିଲ୍ଲାର ବିଭିନ୍ନ ସ୍କିଲ ଡ଼ଭଲପମେଣ୍ଟ ସଂସ୍ଥା ଜଥା କୌଶଳ ଭାରତ, ସ୍କିଲ ଇନ୍‌ ଓଡିଶା, ଓଡିଶା ଡିଭୋଳପମେଣ୍ଟ ସ୍କିଲ, ସେଣ୍ଟୁରିଓନ୍‌ ୟୁନିଭର୍ସିଟି, ଗାମା ତରଙ୍ଗ, ସରକାରୀ ଆଇଆଇଟି ଉମରକୋଟ , ପେଟ୍ରୋ କେମିକାଲ ଭୁବନେଶ୍ୱର , ଆଇଟିଆଇ ଚନ୍ଦାହାଣ୍ଡି, ଏଲ.ଏନ. ଟି ଭୁବନେଶ୍ୱର , କଟକ , ବାରିଓର ଏଡ଼ଭାଇଜର କଟକ , ସୋନପୁର , କେନ୍ଦ୍ରାପଡ଼ା ଯୋଗ ଦେଇଥିଲେ । ଏହି ଶିବିରରେ ନନ୍ଦାହାଣ୍ଡି ବ୍ଲକ ର ୧୧ ଗୋଟି ପଞ୍ଚାୟତ ର ୧୮୪ ଜଣ ଯୁବତୀ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମ ନନ୍ଦହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହେଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷା ରଶ୍ମିତା ମାଝୀ , ନନ୍ଦାହାଣ୍ଡି ବ୍ଲକ ଜୋନ,୧ ଓ ୨ ଜିଲ୍ଲା ପରିଷଦ ସଭ୍ୟ ଦିବ୍ୟଦାନ ସୁନା, ଅରୁଣ କୁମାର ମିଶ୍ର , ସାଂସଦ ପ୍ରତିନିଧି ସୁନିଲ୍‌ ସାହୁ , ବିଧାୟକ ପ୍ରତିନିଧି ଦୟାନିଧି ବିଷୋୟୀ , ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର କହଁର, ଜିଲ୍ଲା କର୍ମନିଯୁକ୍ତି ଅଧିକାରୀ ଆନନ୍ଦ ପଲେଇ , ବ୍ଲକ ଶିଶୁ ପ୍ରକଳ୍ପ ଅଧିକାରୀ ସସ୍ମିତା ମହାନ୍ତି, ବ୍ଲକର ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ସମସ୍ତ ସରପଞ୍ଚ ଓ ବ୍ଲକର ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

three × 2 =