ରାୟଗଡା ବିଡିଓଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ ଓ ସମିତି ସଭ୍ୟସଭ୍ୟା

0 62

ରାୟଗଡା: ନିର୍ବାଚିତ ପ୍ରତିନିଧୀଙ୍କୁ ଦୁର୍ବ୍ୟବହାର ଏବଂ କାର୍ଯ୍ୟରେ ଅବହେଳା କରୁଥିବା ଦର୍ଶାଇ ରାୟଗଡା ବ୍ଲକ ଉନ୍ନୟନ ଅଧିକାରୀ ଲଷ୍ମୀନାରାୟଣ ସାବତଙ୍କ ବିରୁଦ୍ଧରେ ମେଳି କରି ଆଜି ଜିଲ୍ଲାପାଳଙ୍କୁ ଫେରାଦ ହେଇଛନ୍ତି ବ୍ଲକର ବିଭିନ୍ନ ଗ୍ରାମ ପଂଚାୟତର ନିର୍ବାଚିତ ପଞ୍ଚାୟତ ସମିତି ସଭ୍ୟ । ପଂଚାୟତବାସୀଙ୍କ ସମସ୍ୟାର ସମାଧାନକୁ ନେଇ ରାୟଗଡା ବ୍ଲକ ଉନ୍ନୟନ ଅଧିକାରୀଙ୍କ ଦୃଷ୍ଟିଗୋଚରକୁ ଆଣିଲେ ସମ୍ପୃକ୍ତ ପଞ୍ଚାୟତ ସମିତି ସଭ୍ୟସଭ୍ୟା ଓ ସରପଞ୍ଚ ପ୍ରତିନିଧୀଙ୍କୁ ବିଡିଓ ଦୁର୍ବ୍ୟବହାର ପ୍ରଦର୍ଶନ ଏବଂ ଅପମାନିତ କରୁଥିବା ରାୟଗଡା ସଦର ବ୍ଲକର ନିର୍ବାଚିତ ପଞ୍ଚାୟତ ସମିତି ସଭ୍ୟ, ସଭ୍ୟା ଏବଂ ସରପଞ୍ଚମାନେ ଏପରି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ସେହିପରି ପଞ୍ଚାୟତ ସମିତି ପ୍ରତିନିଧୀମାନେ ଜନଜାତି ସମ୍ପ୍ରଦାୟର ହୋଇଥିବାରୁ ସେମାନଙ୍କୁ ଧମକ ଦେଇ ଠିକା କାର୍ଯ୍ୟକୁ ସେମାନଙ୍କ ଅଗୋଚରରେ ପ୍ରଦାନ କରିଥିବା ଅଭଯୋଗ ହୋଇଛି । ଏଥିସହିତ ନିର୍ବାଚିତ ପଞ୍ଚାୟତ ସମିତି ସଭ୍ୟ, ସଭ୍ୟାମାନଙ୍କୁ ସର୍ବ ସମ୍ମୁଖରେ ଅସମ୍ମାନ କରିଥିବା ଅଭିଯୋଗ ହୋଇଛି । ବ୍ଲକ ଉନ୍ନୟନ ଅଧିକାରୀ ଲକ୍ଷ୍ମୀ ନାରାୟଣ ସାବତ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିବା ସହ ଅଧିକାରୀଙ୍କ ପରାମର୍ଶରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି ଜନ ପ୍ରତିନିଧିମାନେ । ନିର୍ବାଚିତ ପ୍ରତିନିଧୀଙ୍କୁ ଅଣଦେଖା କରିବା ସହ ସେମାନଙ୍କ ପରାମର୍ଶକୁ ଶୁଣିନଥିବା ଅଭିଯୋଗ ହୋଇଛି । ଏଥିସହିତ ଇଚ୍ଛା ମୁତାବକ ଠିକାଦାରଙ୍କୁ ଚୟନ କରି ବିଭିନ୍ନ ପ୍ରକଳ୍ପ ତଥା ରାସ୍ତାଘାଟ ନିର୍ମାଣ ଠିକା ପ୍ରଦାନ କରୁଥିବା ପଞ୍ଚୟାତ ସମିତି ପ୍ରତିନିଧୀ ମାନେ ଅଭିଯୋଗ କରିଛନ୍ତି । ସମ୍ପ୍ରତି ତୁରନ୍ତ ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ବିଡିଓଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି କରିବାକୁ ଦାବି ହୋଇଛି । ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଏହାକୁ ଗୁରତ୍ୱ ସହ ଗ୍ରହଣ ନକଲେ ପଞ୍ଚାୟତ ସମିତି ନିର୍ବାଚିତ ପ୍ରତିନିଧୀମାନେ ଜିଲ୍ଲା ମୁଖ୍ୟାଳୟ ଘେରାଓ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହି ଅବସରରେ ରାୟଗଡା ସଦର ବ୍ଲକର ସମସ୍ତ ୨୮ ପଞ୍ଚାୟତର ଅନେକ ସରପଞ୍ଚ, ସମିତି ସଭ୍ୟସଭ୍ୟାମାନେ ଆଜି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

one × 1 =