କିନ୍ନରଙ୍କ ଦ୍ୱାରା ପ୍ରଥମ ଥର ପାଇଁ ଜାତୀୟ ପତାକା ଉତ୍ତୋଳନ

0 207

ନବରଙ୍ଗପୁର:- ଜିଲ୍ଲା ସଦରମହକୁମା ନିକଟସ୍ଥ ସରୁଗୁଡ଼ା ଗ୍ରାମରେ ସ୍ଥାପିତ ଗୋବିନ୍ଦଳୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠାନ ଦ୍ୱାରା ୭୪ ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ନବରଙ୍ଗପୁର ଇତିହାସରେ ପ୍ରଥମଥର ପାଇଁ କିନ୍ନରଙ୍କୁ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ସୁଯୋଗ ଦିଆଯାଇଥିଲା । ଏହି ଅବସରରେ ଜିଲ୍ଲା କିନ୍ନର ସଙ୍ଘର ସଭାପତି କାଜଲ କିନ୍ନର, ସମ୍ପାଦକ ଚୁମିକି କିନ୍ନର ସମେତ ସୋନା, ପ୍ରୀତି, ଗୁଗୁ, ସୃତି, ଅନିତା ଓ ବର୍ଷା କିନ୍ନର ସମେତ ଅନ୍ୟ ସଦସ୍ୟ ମାନେ ଭାଗ ନେଇଥିଲେ । ଗବିନ୍ଦାଳୟର ମୁଖ୍ୟ ସାନମୁଗା ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କିନ୍ନର ମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପୁରସ୍କୃତ ହୋଇଛନ୍ତି । କିନ୍ନର ମାନକୁ ଏ ପ୍ରକାର ସୁଯୋଗ ଦେଇ ଥିବାରୁ ଜିଲ୍ଳା କିନ୍ନର ସଙ୍ଘର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ଏହି ଖବର ପ୍ରାସାରିତ ହେବା ପରେ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କ ଠାରୁ ଗବିନ୍ଦାଳୟ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କୁ ଶୁଭେଛା ଜଣାଇଛନ୍ତି ।
ନବରଙ୍ଗପୁର ବାରିକ ସଙ୍ଘ ପକ୍ଷରୁ ଜିଲ୍ଲା କିନ୍ନର ସଙ୍ଘର କଲ୍ୟାଣ ପାଣ୍ଠିକୁ ନବରଙ୍ଗପୁର ବାରିକ ସଙ୍ଘ ତରଫରୁ ସଙ୍ଘର ସଭାପତି ଏନ. ଗଣେଷ ୧୧,୧୧୧ ଟଙ୍କା ପ୍ରଦାନ କରିଛନ୍ତି । ଏହି ଅବସରରେ କିନ୍ନର ସଂଘର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ , କିନ୍ନର ସଙ୍ଘର ଉପଦେଷ୍ଟା ସଂଜସେବୀ ଜଗନ୍ନାଥ ମହାପାତ୍ର, ମୁଖ୍ୟ କାର୍ଯ୍ୟନିର୍ବାହୀ ସଭ୍ୟ ଅଖିଳ ଭଟ, କୃଷ୍ଣ ପ୍ରସାଦ ରଥ ସମେତ ଓକିଲ ସଂଘର ସମ୍ପାଦକ ରାମ ପ୍ରସାଦ ପାତ୍ର ସମେତ ଜିଲ୍ଲା କିନ୍ନର ସଙ୍ଘର ଅନ୍ୟ ସମସ୍ତ ସଭ୍ୟ ବାରିକ ସଙ୍ଘର ଏପରି ସହଯୋଗ ନିମନ୍ତେ ସାଧୁବାଦ ଜଣାଇଛନ୍ତି । ଏହି ଖବର ପ୍ରାସାରିତ ହେବା ପରେ ବିଭିନ୍ନ ଅନୁଷ୍ଠାନ ଏବଂ ସମାଜସେବୀମାନେ ଆଗେଇ ଆସି କିନ୍ନର ସଙ୍ଘର କଲ୍ୟାଣ ପାଣ୍ଠିକୁ ସାହାଯ୍ୟ କରିବା ଉଚିତ ବୋଲି ସହରରେ ଚର୍ଚ୍ଚା ହୋଉଛି । ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବାରିକ ସଙ୍ଘର ଉପ ସଭାପତି ବି. ଶାନ୍ତୁ, ସମ୍ପାଦକ ଆର. ଶାନ୍ତୁ, ବି. ରାମୁ, କେ. ତ୍ରିନାଥ, କେ ବାବୁ ରାଓ ସମେତ ସଙ୍ଘର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

19 − 11 =