ଜିଲ୍ଲା ପାଇଁ ଗୌରବ ଆଣିଲେ ଧନଲକ୍ଷ୍ମୀ, ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

0 82

ପୁରୀ : ପୁରୀ ପାଇଁ ଗୌରବ ଆଣିଲେ ଜିଲ୍ଲା ସ୍କୁଲର ଛାତ୍ରୀ ଧନଲକ୍ଷ୍ମୀ ରାଓ । ଗତ ୧୬ ରୁ ୧୯ ତାରିଖ ପର୍ଯ୍ୟନ୍ତ କୋଲକତା ଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ ସବ୍‌ ଜୁନିୟର ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍‌ ଚାମ୍ପିୟାନସିପରେ ପୁରୀ ଜିଲ୍ଲା ସ୍କୁଲର ଛାତ୍ରୀ ଧନଲକ୍ଷ୍ମୀ ଏଥିରେ ଭାଗ ନେଇ ବ୍ରୋଞ୍ଜ ପଦକ ଜିତିଛନ୍ତି । କ୍ରୀଡ଼ା ଶିକ୍ଷକ ରଞ୍ଜନ କୁମାର ରେଡ୍ଡୀଙ୍କର ଶିଷ୍ୟ ହେଉଛନ୍ତି ଧନଲକ୍ଷ୍ମୀ । ତେବେ ଧନଲକ୍ଷ୍ମୀଙ୍କ କୃତିତ୍ୱ ଦ୍ୱାରା ଦୀର୍ଘ ୩୦ ବର୍ଷ ପରେ ଓଡ଼ିଶାକୁ ଜିନ୍ମାଷ୍ଟିକ କ୍ଷେତ୍ରରେ ପଦକ ମିଳିପାରିଥିଲା । ଏହି ସଫଳତା ପାଇଁ ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋର୍ତୀମୟୀ ମିଶ୍ର ଓ ଜିଲ୍ଲାପାଳ ସମର୍ଥ ବର୍ମା ଧନଲକ୍ଷ୍ମୀଙ୍କ ସହ କ୍ରୀଡ଼ା ଶିକ୍ଷକ ରଞ୍ଜନ ରେଡ୍ଡୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

19 + eighteen =