ପୁରୀ : ମଙ୍ଗଳବାର ଅପରାହ୍ନ ୫ଟାରେ ନୀଳାଦ୍ରି ଭକ୍ତ ନିବାସରେ ଅନୁଷ୍ଠିତ ହେବ ଛତିଶା ନିଯୋଗ ବୈଠକ । ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ଅଧ୍ୟକ୍ଷତା କରିବେ । ବୈଠକରେ ମୁଖ୍ୟତଃ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାର ନୀତି ନିର୍ଘଣ୍ଟ କରାଯିବ । ଆସନ୍ତା ୨୩ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା । ଏହିଦିନଠାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ତେଣୁ ଠାକୁରଙ୍କ ଚନ୍ଦନ ଯାତ୍ରା ନୀତି କିପରି ଶୃଙ୍ଖଳିତ ହେବ ତାହା ଉପରେ ଆଲୋଚନା କରାଯିବ । ଏହାବ୍ୟତୀତ ସଭପତିଙ୍କ ଅନୁମୋଦନକ୍ରମେ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟ ଆଲୋଚନା ହେବା ସମ୍ଭାବନା ରହିଛି ।