ସିନାପାଲି: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ରତାଖଣ୍ଡି ଖେଳ ପଡିଆ ଠାରେ ସିନାପାଲି ମର୍ନିଙ୍ଗ କ୍ରିକେଟ କ୍ଲବ୍ ତରଫରୁ ପ୍ରିମିୟର ଲିକ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିବା ବେଳେ ରବିବାର ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଗତ ୨୧ ତାରିଖ ଦିନ ଶୁଭ ଉଦଘାଟନ ହୋଇଥିବା ବେଳେ ୭ଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟର ଉଦଯାପିତ ଦିବସରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ସଦସ୍ୟା ଆଶା ଜୈନ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସମିତିସଭ୍ୟ ମନିଷ କୁମାର ପଟେଲ, ଲଲିତ କୁମାର ସୁନାରି, ଅଜିତ ଯୋଶୀ, ସାନୁର୍ଯ୍ୟ ମେହେର ପ୍ରମୁଖ ମଞ୍ଚାସୀନ ଥିଲେ ।
ଏହି ଫାଇନାଲ ଖେଳ ଟାଟା ପାୱାର ଦଳ ଓ ଆଦର୍ଶ କ୍ଲବ୍ ଦଳ ମଧ୍ୟରେ ଖେଳ ପ୍ରତିଯୋଗିତା ହୋଇଥିବା ବେଳେ ଟାଟା ପାୱାର ୧୦ ଓଭରରେ ୯୪ ରନ ସଂଗ୍ରହ କରିଥିଲା । ଜବାବରେ ଆଦର୍ଶ କ୍ଲବ୍ ୬ ଓଭର ୩ବଲରେ ୯୫ ରନ ସଂଗ୍ରହ କରି ବିଜୟୀ ଲାଭ କରିଥିଲା । ଫଲରେ ଆଦର୍ଶ କ୍ଲବ୍କୁ ବିଜୟୀ ଘୋଷଣା କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଖେଳ ପରିଚାଲକ ଭାବେ ଧନଞ୍ଜୟ ମେହେର ଓ ବିନ୍ଦୁସାଗର ମେହେର ଦାୟିତ୍ୱ ତୁଲାଇଥିବା ବେଳେ ଉଦଘୋଷକ ଭାବେ ନରେଶ ମାଝି, ବିନ୍ଦୁସାଗର ମେହେର ଓ ସାଗର ନାଗ ଦାୟିତ୍ୱ ତୁଲାଇଥିଲେ । ମ୍ୟାନ୍ ଅଫ ଦ ସିରିଜ୍ ଅଖିଳ ମେହେର ପୁରସ୍କୃତ ହୋଇଥିବା ବେଳେ ମ୍ୟାନ୍ ଅଫ ଦ ମ୍ୟାଚ ଭବାନୀ ମେହେରଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଅତିଥି ମାନେ ବିଜୟୀ ଦଳ ଓ ରନର୍ସ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଏହି କମିଟି ସଭାପତି ଜଗନ୍ନାଥ ସାଗର , ଉପସଭାପତି ଚିତ୍ତରଂଜନ ମେହେର, ସମ୍ପାଦକ ହେମସାଗର ମେହେର, କୋଷାଧ୍ୟକ୍ଷ ରଜତ ପଣ୍ଡା ସମେତ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହି ସହଯୋଗ ସହାୟତା କରିଥିଲେ ।