ଦଶପଲ୍ଲାରେ ପାଳିତ ହେଲା ବିଶ୍ୱ ଛେନାପୋଡ଼ ଦିବସ

0 101

ଦଶପଲ୍ଲା : ଆଜି ହେଉଛି ବିଶ୍ୱ ଛେନାପୋଡ଼ ଦିବସ । ଛେନାପୋଡ଼ ଦିବସରେ ଚାରିଆଡେ ଛେନାପୋଡ଼ର ମାହୋଲ ସୃଷ୍ଟି ହୋଇଛି । ଆଉ ଏହି ଛେନାପୋଡ଼ ଦିବସ ପାଳନରେ ଆଗରେ ରହିଛି ଛେନାପୋଡ଼ର ଏନ୍ତୁଡିଶାଳ ନୟାଗଡ଼ ଜିଲ୍ଲାର ଦଶପଲ୍ଲା । ଦଶପଲ୍ଲା ରାଷ୍ଟ୍ରିୟ ସ୍ୱୟଂ ସେବକସଂଘ ପକ୍ଷରୁ ଛେନାପୋଡ଼ ଦିବସ ପାଳନ ପାଇଁ ସକାଳ କାର୍ଯ୍ୟାଳୟ ନିକଟରେ ବ୍ୟାପକ ସାଜସଜା କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ପ୍ରଫେସର ନନ୍ଦକିଶୋର ମିଶ୍ର ସଭାପତିତ୍ୱ କରିଥିଲାବେଳେ ବରିଷ୍ଠ ନାଗରିକ ମଂଚର ସଭାପତି ପ୍ରାଣକୃଷ୍ଣ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛେନାପୋଡ଼ର ଜନ୍ମ ବିଷୟରେ ପୁଂଖାନୁପୁଂଖ ଆଲୋଚନା କରିଥିଲେ ଏବଂ ଛେନାପୋଡ଼ର ଜନ୍ମ ଦଶପଲ୍ଲାରେ ବୋଲି ଦୃଢ଼ ଦାବି କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ରୋଟାରିଆନ୍‌ ସନ୍ତୋଷ କୁମାର ସାହୁ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

four × 3 =