ତୀର୍ଥଯାତ୍ରାରେ ଗଲେ ୧୫୯ ଜଣ ବରିଷ୍ଠ ନାଗରିକ

0 60

ପୁରୀ : ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ପୁରୀ ଜିଲ୍ଲାରୁ ଆଜି ୧୫୯ ଜଣ ବରିଷ୍ଠ ନାଗରିକଙ୍କୁ ତୀର୍ଥଯାତ୍ରାରେ ପ୍ରେରଣ କରାଯାଇଛି । ଏହି ବରିଷ୍ଠ ନାଗରିକମାନେ ରାଜସ୍ଥାନର ଆଜମେର ଓ ପୁଷ୍କର ପରିଭ୍ରମଣ କରିବେ । ସେମାନେ ଆଜି ଭୁବନେଶ୍ୱରରେ ରହିବେ ଓ ଆସନ୍ତାକାଲି ମଧ୍ୟାହ୍ନରେ ଯାତ୍ରା ଆରମ୍ଭ କରି ଚଳିତ ମାସ ୯ ତାରିଖରେ ଓଡ଼ିଶା ଫେରିଆସିବାର କାର୍ଯ୍ୟକ୍ରମ ରହିଛି । ଏମାନଙ୍କ ସହାୟତା ପାଇଁ ୫ ଜଣ ସହାୟକ ମଧ୍ୟ ତାଙ୍କ ସହ ରହିଛନ୍ତି । ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କୁମାର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, କ୍ରୀଡା ଅଧିକାରୀ ଚନ୍ଦନ ସାହୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ । ପର୍ଯ୍ୟଟନ ବିଭାଗର ବରିଷ୍ଠ କର୍ମଚାରୀ ମଳୟା ପ୍ରଧାନ, ସନ୍ତୋଷ କୁମାର ମହାନ୍ତି ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟରେ ସହଯୋଗ କରିଥିଲେ । ସମସ୍ତ ଅଧିକାରୀ ମାନେ ତୀର୍ଥଯାତ୍ରୀ ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ଯାତ୍ରାର ଶୁଭ କାମନା କରିଥିଲେ ।

hiranchal ad1
Leave A Reply

Your email address will not be published.

four × two =