ବିଦ୍ୟୁତ ବିଭାଗ ଅଧିକାରୀଙ୍କ ଅବହେଳା ଯୋଗୁ ଖାଉଟି ହନ୍ତସନ୍ତ

0 104

ଖପ୍ରାଖୋଲ : ଖପ୍ରାଖୋଲ ବ୍ଳକ୍‌ ବଡଗୁର୍ଜିଭଟା ଗ୍ରାମର ବିଦ୍ୟୁତ ଖାଉଟି ବିଦ୍ୟୁତ ବିଭାଗ ଅଧିକାରୀ ଖାମ ଖିଆଲି ନିତି ଯୋଗୁ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି । ବଡଗୁର୍ଜିଭଟା ଗ୍ରାମର ବିହାରି ପଧାନ ଗତ:୧୯/୬/୨୦୨୨ ଦିନ ଘରୋଇ ବିଦ୍ୟୁତ ଲାଇନ ସଂଯୋଗ କରିଥିଲେ । ବର୍ତ୍ତମାନ ପୁଅଝିଅ ପାଠପଢ଼ା ପାଇ ବିଦ୍ୟୁତ ଆଲୁଅ ନିହାତି ଆବଶ୍ୟକ । ସେହି ଦୃଷ୍ଟିରୁ ଘରୋଇ ଲାଇନରେ ୪ଗୋଟି ଏଲଇଡି ବଲ ଲଗାଯାଇଛି । ସେ କହିଛନ୍ତି ଯେ, ଆଉ ହିଟର କିମ୍ୱା ମିଲ ଚଲାଉ ନାହିଁ । ମୁଁ ତା:୧୯/ ୬/୨୦୨୨ ରିଖ ରେ ଘରୋଇ ଲାଇନ ସଂଯୋଗ ପରେ ତା:୨୮/୧୦/୨୦୨୨ ରିଖ ଦିନ ଦୀର୍ଘ ୫ ମାସ ପରେ ବିଲ ନଂ ୯୧୨୦୭୧୨୨୨୦୦୦୦୨୩M୮୭୭୦ ରେ ୧୬୧୨୭.୦୦ ଟଙ୍କା ବିଲ ଆସିଅଛି । ସେ କହିଛନ୍ତି ଯେ, ମୁଁ ଜଣେ ଗରିବ ଲୋକ ହୋଇଥିବାରୁ ଏତେ ଟଙ୍କାର ବିଦ୍ୟୁତ ବିଲ୍‌ କେମିତି ପୈଠ କରିବି । ସେ ଆହୁରି ମଧ୍ୟ କହିଛନ୍ତି ମୁଁ ନେଇ ସଙ୍ଗେ ସଙ୍ଗେ ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଅଛି । ମୋର ବିଦ୍ୟୁତ ବିଲକୁ ସଂଶୋଧନ କରାଯାଇ ଓ ନୂତନ ମିଟର ସଂଯୋଗ କରାଯାଉ ବୋଲି ସେ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି । ଏପରି ବିଦ୍ୟୁତ ଲାଇନର ମିଟର ଭୁଲ ରିଡିଙ୍ଗ ଯୋଗୁ ଖାଉଟି ହନ୍ତସନ୍ତ ହେଉଛନ୍ତି । ବେଶିଦିନ ବିଦ୍ୟୁତ ବିଲ ରହିଗଲା ପରେ ଏରିଅର ହୋଇ ଯାଇଥାଏ । ତୁରନ୍ତ ଜିଲ୍ଲା ପ୍ରଶାସନ ତଦନ୍ତ କରି ଏ ଦିଗରେ ଉଚିତ ପଦକ୍ଷେପ ନେଉ ବୋଲି ବିଦ୍ୟୁତ ଉପଭୋକ୍ତା ବିହାରୀ ପଧାନ କହିଛନ୍ତି ।

hiranchal ad1
Leave A Reply

Your email address will not be published.

4 × 5 =