ଜିଲ୍ଲା ସାଂସ୍କୃତିକ ମହୋତ୍ସବ ‘ମଣ୍ଡେଇ’ ଉଦଘାଟିତ

0 205

ନବରଙ୍ଗପୁର:- ଜିଲ୍ଳାର କଳା ସାହିତ୍ୟ ସଂସ୍କୃତି ତଥା ଐତିହ୍ୟ ଓ ଆଦିବାସୀ ପରମ୍ପରାର ପ୍ରତୀକ ଗଣପର୍ବ ‘ମଣ୍ଡେଇ’ ଉଦଘାଟିତ ହୋଇଯାଇଛି । ଅପରାହ୍ନ ତିନି ଘଣ୍ଟିକାରେ ମାଁ ଭଣ୍ଡାରଘରଣୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଏକ ବିଶାଳ ଶୋଭାଯାତ୍ରା ବାହାରି ହିର୍ଲି ସ୍ଥିତ ମଣ୍ଡେଇ ପଡିଆ ଠାରେ ପହଞ୍ଚିଥିଲା । ସେଠାରେ ଭୀମା ଭିମାଣୀ ସ୍ଥାପନା କରିବା ପରେ ଆନୁଷ୍ଠାନିକ ଭାବେ ମଞ୍ଚ ଓ ଅନ୍ୟାନ୍ୟ ଷ୍ଟଲ୍‌ ମାନ ଉଦଘାଟନ କରାଯାଇଥିଲା । ଶନିବାର ପ୍ରଥମ ସନ୍ଧ୍ୟାରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଡଃ କମଳ ଲୋଚନ ମିଶ୍ରଙ୍କ ପୌରହିତ୍ୟରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଆଇନ, ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇଥିଲେ ।

hiring

ସମ୍ମାନୀତ ଅତିଥି ଭାବେ ମାନ୍ୟବର ସ୍ୱତନ୍ତ୍ର ବିକାଶ ପରିଷଦ ଉପଦେଷ୍ଟା ପ୍ରଦିପ ମାଝୀ, ନବରଙ୍ଗପୁର ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଉପେନ୍ଦ୍ର ଗଣ୍ଡ, ଲୋକସଭା ସାଂସଦ ରମେଶ ଚନ୍ଦ୍ର ମାଝୀ, ରାଜ୍ୟସଭା ସାଂସଦ ମୁନ୍ନା ଖାଁ, ଡାବୁ ଗାଁ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ମନୋହର ରନ୍ଧାରୀ, ବିଧାୟକ ନବରଙ୍ଗପୁର ସଦାଶିବ ପ୍ରଧାନୀ, ବିଧାୟକ ଉମରକୋଟ ନିତ୍ୟାନନ୍ଦ ଗଣ୍ଡ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରମ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ନବରଙ୍ଗପୁର ଜିଲ୍ଲା କଳା ସଂସ୍କୃତିର ପ୍ରତୀକ ବୋଲି କହିଥିବା ବେଳେ ଜିଲ୍ଲା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା କହିଥିଲେ ।


ପ୍ରଥମ ସନ୍ଧ୍ୟାରେ ସ୍ୱାଗତ ସଙ୍ଗୀତ, ଓଡ଼ିଶୀ ନୃତ୍ୟ, ମହାରାଷ୍ଟ୍ରର ଲାବଣି, ଆସାମର ବିହୁ, ପ୍ରେରଣା ଦଶାବତାର, ସମ୍ବଲପୁରୀ ଡାଲଖାଇ, ବଲାଙ୍ଗୀରର ଢାପ, ସ୍ଥାନୀୟ ଲୋକନୃତ୍ୟ ଓ ଅହୋ ରାତ୍ରୀ ଦେଶିଆ ନାଟ ପରିବେଶଣ ହୋଇଥିଲା । ପ୍ରକାଶ ଥାଉ କି ଡିସେମ୍ବର ୧୦ ରୁ ୧୨ ଯାଏଁ ମଣ୍ଡେଇ ଓ ୧୩ ଓ ୧୪ ପଲ୍ଲୀଶ୍ରୀ ମେଳାର ଆୟୋଜନ କରାଯିବ ।

hiranchal ad1
Leave A Reply

Your email address will not be published.

1 × five =