ଭିନ୍ନକ୍ଷମଙ୍କୁ ମାଗଣା ଚାଉଳ ମିଳିବ ବୋଲି ପ୍ରତିଶ୍ରୁତି ଦେଲେ ଭିଡିଓ

0 50

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ମାଓ ଇଲାକା ତଥା ଦୁର୍ଗମ ପାଙ୍ଗା ଉପରସାହି ପଂଚାୟତର ଗଣ୍ଡାପଡା ଗ୍ରାମର ବସୁମତୀ ମଲ୍ଲିକ । ଜଣେ ଭିନ୍ନକ୍ଷମ ଆଦିବାସୀ ମହିଳା । ତାଙ୍କୁ ଭିନ୍ନକ୍ଷମ ଭତ୍ତା ମିଳୁଛି । କିନ୍ତୁ ଚାଉଳ ମିଳୁନି । ଭିନ୍ନକ୍ଷମ ଯୋଗୁଁ କୌଣସି କାମଧନ୍ଦା କରିପାରୁନାହାନ୍ତି ବସୁମତୀ । ଚାଉଳ ଗଣ୍ଡାକ ପାଇବା ପାଇଁ ସେ ପଂଚାୟତରୁ ଆରମ୍ଭକରି ବ୍ଲକ, ଉପଜିଲାପାଳ ଓ ଏପରିକି ଜିଲାପାଳଙ୍କ ନିକଟରେ ଲିଖିତ ଭାବେ ଜଣାଇ ଥିଲେ ବି କୌଣସି ସୁଫଳ ମିଳିଲାନି । ଫଳରେ ବାଧ୍ୟହୋଇ ସେ ବହୁକଷ୍ଟରେ ଗାଡିରେ ଆସି ବ୍ଲକ ଛକରେ ଓଲ୍ଲାଇ ହାତ ସାହାଯ୍ୟରେ ଗୁରୁଣ୍ଡି ଗୁରୁଣ୍ଡି ଆସି ବିଡ଼ିଓ ବାବୁଙ୍କୁ ଦୁଃଖ ଜଣାଇଥିଲେ । ବିଡ଼ିଓ ସବୁ ଶୁଣିବା ପରେ ଅତିଶୀଘ୍ର ବସୁମତୀଙ୍କୁ ମାଗଣା ଚାଉଳ ଯୋଗାଇବା ବ୍ୟବସ୍ଥା କରିବେ ବୋଲି କହିଥିଲେ । ବିଡ଼ିଓ ରଶ୍ମି ରଞ୍ଜନ ମହନ୍ତଙ୍କ ଠାରୁ ଦୃଢ଼ ପ୍ରତିଶୃତି ପାଇବା ପରେ ବସୁମତୀ ଖୁସି ହୋଇ ଯାଇଥିଲେ । ସରକାର ଗରିବ ଗୁରୁବାଙ୍କ ପାଇଁ ଅନେକ ଯୋଜନା ମାନ କରିଛନ୍ତି, ଆଉ ପର୍ଯ୍ୟାପ୍ତ ଅର୍ଥ ଅନୁଦାନ ବି ଯୋଗାଇ ଦେଉଛନ୍ତି । ତେବେ ଅଧଃସ୍ଥନ ସରକାରୀ ବାବୁମାନଙ୍କ ଖାମଖିଆଲି କାରବାର, ଉପର ଠାଉରିଆ ଓ ଦୁର୍ନୀତିପୁର୍ଣ୍ଣ ମନୋଭାବ ଯୋଗୁଁ ବସୁମତୀଙ୍କ ପରି ଅନେକ ପ୍ରକୃତ ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନାରୁ ବାଦ ପଡୁଛନ୍ତି । ଫଳରେ ସରକାରଙ୍କ ଲକ୍ଷ୍ୟ ସାଧିତ ହୋଇପାରୁନି ବୋଲି ଲୋକମାନେ କହୁଥିବା ଶୁଣିବାକୁ ମିଳିଥିଲା ।

hiranchal ad1
Leave A Reply

Your email address will not be published.

one × 4 =