ବର୍ଷାରେ ବେହାଲ୍‌ ବାଲିଗୁଡ଼ା ଅଞ୍ଚଳ, ସିନ୍ଧିଗୁଡ଼ା ଛକରୁ ସୁବର୍ଣ୍ଣଗିରିକୁ ଯୋଗାଯୋଗ ବିଚ୍ଛିନ୍ନ

0 284

ବାଲିଗୁଡ଼ା: ବର୍ଷାରେ ବେହାଲ୍‌ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳ । ଲଗାଣ ବର୍ଷାରେ କୋଟଗଡ଼ ବ୍ଲକ୍‌ ଅନ୍ତର୍ଗତ ସିନ୍ଧିଗୁଡ଼ା ଛକରୁ ସୁବର୍ଣ୍ଣଗିରିକୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି । ବିପଦ ସଂକୁଳ ଅବସ୍ଥାରେ ଲୋକେ କରୁଛନ୍ତି ଯାତାୟତ । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁଯାଇ ସୁବର୍ଣ୍ଣଗିରି ଗ୍ରାମପଞ୍ଚାୟତର କୁଟିଗୁଡ଼ାରେ ଏକ ବିରାଟ ପୋଲର ନିର୍ମାଣ କାର୍ଯ୍ୟ ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ଆରମ୍ଭ ହୋଇଥିଲେ ମଧ୍ୟ ଏଯାବତ୍‌ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ । ଫଳରେ ସୁବର୍ଣ୍ଣଗିରି ଗ୍ରାମ ପଞ୍ଚାୟତର ଏକାଧିକ ଗ୍ରାମବାସୀ ଦୈନନ୍ଦିନ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ଏହି ପୋଲ କାର୍ଯ୍ୟଚାଲୁ ରହିଥିବାରୁ ଗୋଟିଏ ଅସ୍ଥାୟୀ ମାଟିରାସ୍ତା ନିର୍ମାଣ କରିଥିଲେ ଠିକାଦାର । ହେଲେ ଲଗାଣ ବର୍ଷାରେ ରାସ୍ତା ଧୋଇ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି ।

hiring

ଫଳରେ କୁଟିଗୁଡ଼ାରୁ ସୁବର୍ଣ୍ଣଗିରିକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି । କୋଟଗଡ଼ ବ୍ଲକ୍‌ ସଦର ମହକୁମାକୁ ଆସିବାକୁ ହେଲେ ସୁବର୍ଣ୍ଣଗିରି ଗ୍ରାମ ପଞ୍ଚାୟତରୁ ଓରା ଗ୍ରାମ ପଞ୍ଚାୟତ ଦେଇ ଲୋକେ ଆସୁଥିବା ଦେଖିବାକୁ ମିଳୁଛି । ନିକଟରେ ଥିବା ଯନବସତି, ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବାର ସୂଚନା ମିଳୁଛି । ଅନ୍ୟପଟେ କିଛି ଅଞ୍ଚଳବାସୀ ଦୁଃସାହସିକତା ସହ ଜୀବନକୁ ବାଜି ଲଗାଇ ଏହି ନାଳର ପାଣି ସ୍ରୋତରେ ପାର ହେଉଛନ୍ତି । ହେଲେ ଏଯାବତ୍‌ ପ୍ରଶାସନ ପକ୍ଷରୁ କୌଣସି ସତର୍କ ସୂଚନା କିମ୍ବା ସୁବିଧା ସହଯୋଗ କରାଯାଇ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେଣୁ ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି । ନଚେତ୍‌ ଅଞ୍ଚଳରେ ଅନେକ ଧନ ଜୀବନ କ୍ଷତି ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ।

hiranchal ad1
Leave A Reply

Your email address will not be published.

10 + five =