ନିଲୁଙ୍ଗିଆରେ ପାଳିତ ହେଲା ମହିଳା କିଷାନ ଦିବସ

0 98

ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଅଧିନରେ ଥିବା ଲୀଙ୍ଗାଗଡ଼ ପଞ୍ଚାୟତର ନିଲୁଙ୍ଗିଆ ଗ୍ରାମ କଲ୍ୟାଣ ମଣ୍ଡପରେ ମହିଳା ଜୀବିକା ସୁରକ୍ଷା ମଞ୍ଚ ଓ କୃଷି ବିଜ୍ଞାନ କେନ୍ଦ୍ର,ଘୁ ଉଦୟଗିରିର ମିଳିତ ଆନୁକୁଲ୍ୟରେ ମହିଳା କିଷାନ ଦିବସ ପାଳିତ ହୋଇଯାଇଛି । ମହିଳାମାନେ ମଧ୍ୟ କମ ନୁହନ୍ତି, କୃଷି କ୍ଷେତ୍ରରେ ମହିଳା ମାନେ ମଧ୍ୟ ବେଶ ଆଗକୁ ଯାଇଛନ୍ତି । ଏହିପରି ମହିଳା ମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହା ଏକ ପ୍ରୟାସ ଆରମ୍ଭ କରି ମହିଳା ମାନଙ୍କ ନିମନ୍ତେ ମହିଳା କିଷାନ ଦିବସ ପାଳନ (ଅକ୍ଟୋବର ୧୫ ତାରିଖ) ଆରମ୍ଭ କରାଯାଇଛି । ମହିଳାମାନେ ପ୍ରତି କ୍ଷେତ୍ରରେ ପୁରୁଷ ମାନଙ୍କ ସହିତ ରହି ସମାଜରେ ବଞ୍ଚୁଥିବା ବେଳେ ଚାଷ କ୍ଷେତ୍ରରେ ବେଶ ଅଧିକା ସହଯୋଗ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମହିଳାମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପ୍ରଥମ ଥର ମହିଳା ଦିବସ ପାଳନ କରିବା ପାଇଁ ସ୍ଥିର କରିଛନ୍ତି । ତେବେ ପୁରୁଷ ମାନେ କେବଳ ଚାଷୀ ନୁହନ୍ତି,ମହିଳା ମାନେ ମଧ୍ୟ ପୁରୁଷ ଚାଷୀ ସହିତ ସମାନ ଅଟନ୍ତି । ତେଣୁ ଆଜିର ଦିବସକୁ ମହିଳା କିଷାନ ଦିବସ ରୂପେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ୫୦ରୁ ଅଧିକ ମହିଳା ଚାଷୀମାନେ ଯୋଗ ଦେଇଥିଲେ ଏବଂ ମହିଳାମାନେ ଯେମିତି ସେମାନଙ୍କର ସମାନ ଅଧିକାର ବିଷୟରେ ଜାଣିବେ ସେଥିନିମନ୍ତେ କେନ୍ଦ୍ର ସରକାରଙ୍କ ଏହା ଏକ ସଚେତନତା କାର୍ଯ୍ୟକ୍ରମ ବୋଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା କୃଷି ବିଜ୍ଞାନ କେନ୍ଦ୍ର ବରିଷ୍ଟ ବୈଜ୍ଞାନିକ ଡଃ ନାରାୟଣ ବାର ପ୍ରକାଶ କରିବା ସହିତ ବିଭିନ୍ନ ପ୍ରକାର ଚାଷ ବିଷୟରେ ମହିଳାମାନେ କିପରି ଜାଣିପାରିବେ, ସେହି ବିଷୟରେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ କେଭିକେ ଗୃହ ବିଜ୍ଞାନୀ ସୁମିତ୍ରା ହେମ୍ରମ ପରିଚାଳନା କରିଥିବା ବେଳେ ମହିଳା ଜୀବିକା ସୁରକ୍ଷା ମଞ୍ଚ ଘୁ ଉଦୟଗିରି ସଂଯୋଜିକା ସସ୍ମିତା ମଲ୍ଲିକ,ସମ୍ପାଦିକା ରିନିମା ପ୍ରଧାନ,ସାଥି କୃତାଞ୍ଜଳି ନାୟକ,ଗୌରୀ ପ୍ରଧାନ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

5 × three =