କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୁଦ୍ଧରେ ବିଜେଡି କର୍ମୀଙ୍କ ବ୍ଲକସ୍ତରୀୟ ଗଣଧାରଣା

0 155

ହରଭଙ୍ଗା : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଗରିବ ପରିବାରଙ୍କୁ ମୁଣ୍ଡ ପିଛା ୫କେଜି ଚାଉଳ ଯୋଗାଣରୁ ବଞ୍ଚିତ କରିଥିବା କେନ୍ଦ୍ର ସରକାର ନିଷ୍ପତ୍ତି ବିରୁଦ୍ଧରେ ଆଜି ସାରା ରାଜ୍ୟରେ ବିଜେଡି କର୍ମୀ ମାନେ ପ୍ରତି ବ୍ଲକ ଅଫିସ ସାମ୍ନାରେ ଗଣ ଧାରଣା ଦେଇଥିବା ଦେଖିବାକୁ ମିଳିଛି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ବିରୁଦ୍ଧରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିଜେଡି କର୍ମୀ ମାନେ ବ୍ଲକ ଅଫିସ ସାମ୍ନାରେ ଏକତ୍ରିତ ହୋଇ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହିତ ବିଜେଡି ଝଣ୍ଡା ଧରି ନାରାବାଜି ଦେଇ ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ସମସ୍ତ କର୍ମୀ ବ୍ଲକ ଅଫିସ ଭିତରକୁ ଯାଇ ମାନ୍ୟବର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକୀ ଦାବିପତ୍ର ବିଡ଼ିଓ ସ୍ୱପ୍ନିତା ନାୟକଙ୍କୁ ପ୍ରଦାନ କରିଥିଲେ ।

hiring

ଏହି ଗଣ ଧାରଣା ହରଭଙ୍ଗା ବ୍ଲକ ବିଜେଡି ସଭାପତି ତଥା ବାଣିଭୂଷଣପୁର ପଂଚାୟତ ସରପଞ୍ଚ ଶ୍ରୀବନ୍ତ ମେହେର, ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ସୁବୋଧ ପ୍ରଧାନ, ୮ନଂ ଜୋନ ଜିଲ୍ଲାପରିଷଦ ପ୍ରତିନିଧି ସୁଶାନ୍ତ ପ୍ରଧାନଙ୍କ ସହିତ ବ୍ଲକର ବିଭିନ୍ନ ସରପଞ୍ଚମାନଙ୍କର ପ୍ରତିନିଧି ଓ ସରପଞ୍ଚ ଅଶୋକ ସେଠି, ଅଜିତ ପ୍ରଧାନ, ନିହାର ଘୋଷ, ଶୁଭେନ୍ଦୁ ଯୋଶୀ, ନିକୁଞ୍ଜ ବେହେରା, ପୂର୍ବତନ ସରପଞ୍ଚ ସଂଜୀବ ଦେହୁରୀ ଓ ବିଜେଡି ବରିଷ୍ଠ ନେତା ରବିନାରାୟଣ ପ୍ରଧାନଙ୍କ ସମେତ ବିଭିନ୍ନ ପଂଚାୟତରୁ କର୍ମୀ ମାନେ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

1 + 6 =