ଉପାନ୍ତ ଅଞ୍ଚଳ ଗସ୍ତ କରି ସମସ୍ୟା ବୁଝିଲେ ବିଧାୟକ, ସମସ୍ୟା ସମାଧାନ କରିବାକୁ ପ୍ରତିଶ୍ରୁତି ଦେଲେ

0 94

ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲିର ଉପାନ୍ତ ତଥା ମାଓ ପ୍ରବଣ ଘାଟମାଳ ଗ୍ରାମପଞ୍ଚାୟତ ଗସ୍ତ କରି ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ବିଭିନ୍ନ ସମସ୍ୟା ଉପରେ ସ୍ଥାନୀୟ ଲୋକମାନଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି । ଆଜି ଦିନ ପୂର୍ବାହ୍ନ ୧୧ଟା ସମୟରେ ପ୍ରଥମେ ବେଲପାଟି ଗ୍ରାମରେ ପହଞ୍ଚି ଥିଲେ । ସେଠାରେ ଥିବା ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଥିବାରୁ ତାହାର ସମ୍ପୂର୍ଣ୍ଣକରଣ କରାଯିବା ନେଇ ଆଲୋଚନା ହୋଇଥିଲା । ସେହିପରି ପାନୀୟ ଜଳ ସମସ୍ୟା ରହିଥିବା ଯୋଗୁଁ ବିଶେଷ ଅସୁବିଧା ହେଉଥିବା ବେଳେ ଏହାର ସମାଧାନ ପାଇଁ ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ପଞ୍ଚାୟତର ସିଂବାହଲି ଗ୍ରାମକୁ ସବୁଦିନିଆ ରାସ୍ତା ନ ଥିବା ବେଳେ ରାସ୍ତା ପାଇଁ ଗ୍ରାମବାସୀ କହିଥିଲେ । ସେଠାରୁ ନୂଆପଡ଼ା ଜିଲ୍ଲାପାଳଙ୍କୁ ଫୋନ ଯୋଗେ କଥାବାର୍ତ୍ତା କରି ସମାଧାନ କରିଥିଲେ । ଏଠାରୁ ସିନ୍ଦୂରଶିଲ ଗ୍ରାମକୁ ଯାଇ ବିଭିନ୍ନ ସମସ୍ୟା ଉପରେ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ । ଉକ୍ତ ଗ୍ରାମରେ ଜଳଯୋଗାଣ ପ୍ରକଳ୍ପ ଥିଲେ ମଧ୍ୟ କାର୍ଯ୍ୟକ୍ଷମ ହେଉ ନ ଥିବାରୁ ଲୋକେ ବିଧାୟକ ନିକଟରେ ଅଭିଯୋଗ କରିଥିଲେ । ୨୦ ଦିନ ମଧ୍ୟରେ ଏହାର ସମାଧାନ କରାଯିବା ନେଇ ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି । ଏହା ପରେ ଧାଙ୍ଗରିଟାଳ ଗ୍ରାମରେ ସାଧାରଣ ସଭା କରି ଅଞ୍ଚଳର ଅନେକ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏଥିରେ ପାନୀୟ ଜଳ ସମସ୍ୟା, ଜମି ଜଙ୍ଗଲ ପଟ୍ଟା, ମେନ୍‌ ପୁରେନ୍ମ ଦେବୀଙ୍କ ମନ୍ଦିର ନିର୍ମାଣ, ନରେଗା ପାଉଣା ଦୀର୍ଘ ଦିନ ପରେ ମଧ୍ୟ ନ ମିଳିବା, ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ମେଗା ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା, ପୋଡ଼ାପଦର ଭାୟ ତିଲେଇପଳନା ଦେଇ ଗୋର୍ଲା ରାସ୍ତା ନିର୍ମାଣ ପାଇଁ ଆଲୋଚନା କରଯାଇଥିଲା । ଏହି ରାସ୍ତା ନିର୍ମାଣ ପାଇଁ ଜଙ୍ଗଲ ବିଭାଗ ପ୍ରତିବନ୍ଧକ ଥିବାରୁ ଗ୍ରାମସଭା ଜରିଆରେ ଆବେଦନ କରି ସ୍ୱୀକୃତି ପ୍ରଦାନ ପାଇଁ ବନ ବିଭାଗ ନିକଟରେ ଆବେଦନ କରି ସମାଧାନ ପାଇଁ କହିଥିଲେ । ସେହିପରି ଘାଟମାଳ ଗ୍ରାମପଞ୍ଚାୟତର ଅନେକ ଗ୍ରାମ ଯାଇ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ, ଏହି ପଞ୍ଚାୟତ ଉପାନ୍ତ ତଥା ବଣ ପାହାଡ ଘେରା ଦୁର୍ଗମ ଅଞ୍ଚଳରେ ରହିଥିବା ବେଳେ ଆଦିବାସୀ ଶ୍ରେଣୀର ଲୋକ ବସବାସ କରନ୍ତି । କିନ୍ତୁ ଏଠାରେ ଅନେକ ସମସ୍ୟା ରହିଛି । ସିନାପାଲି ସଦର ମହକୁମା ଠାରୁ ଦୀର୍ଘ ୩୦ କିଲୋମିଟର ଦୂରରେ ଅବସ୍ଥିତ ଏହି ପଞ୍ଚାୟତ ଆଜିବି ମୌଳିକ ସୁବିଧା ଅପହଞ୍ଚ ହୋଇ ରହିଛି । ଫଳରେ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟା ସମାଧାନ କରିବା ପାଇଁ ବିଧାୟକ ଅଧିରାଜ ପାଣିଗ୍ରାହି ପ୍ରତିଶ୍ରୁତି ଦେଇଛନ୍ତି । ଏହି ଗସ୍ତ ସମୟରେ ସିନାପାଲି ବ୍ଲକ କଂଗ୍ରେସ କମିଟି ସଭାପତି ଜୟପାଲ ନାଗ, ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ଗିରିରାଜ ମାଝି, ଜମି ଜଙ୍ଗଲ ମୁକ୍ତି ଆନ୍‌ଦୋଳନ କମିଟି ର ଆବାହକ ମେଘନାଦ ଖର୍ସେଲ, ହୀରାଲାଲ ମାଝି,ସୌଦାଗର ସାହୁ, ପ୍ରସନ୍ନ ମାଝି, ହନୁରାମ ମାଝି, ଲକ୍ଷ୍ମଣ ମାଝି,ରୁଦ୍ର ମାଝି, ଭୁବନେ ମାଝି ସମେତ ଅନେକ ସାମିଲ ରହିଥିଲେ ।

hiranchal ad1
Leave A Reply

Your email address will not be published.

6 − 4 =