ଦୀର୍ଘ ୫ବର୍ଷ ଧରି ପଞ୍ଚ ଶମ୍ଭୁଙ୍କ ମହାମିଳନ ଅନନ୍ୟ ପରମ୍ପରା ଆଡେଣିଗଡ଼

0 268

ହରଭଙ୍ଗା : ଓଡ଼ିଆବାସୀଙ୍କ ବାର ମାସରେ ତେର ପର୍ବ ପାଳନକୁ ନେଇ ହରଭଙ୍ଗା ବ୍ଲକ ଆଡେଣିଗଡ଼ ଠାରେ ଚୈତ୍ର ଦଣ୍ଡ ଯାତ୍ରା ଏକ ଅନନ୍ୟ ପରମ୍ପରାରେ ଖ୍ୟାତି ଅର୍ଜନ କରିଛି! ଆଜିକୁ ଦୀର୍ଘ ୫ ବର୍ଷ ହେବ ଆଡେଣିଗଡ଼ ଗ୍ରାମର ତେଲିସାହିଠାରେ ପଞ୍ଚଶମ୍ଭୁଙ୍କ ମହାମିଳନ ସାଙ୍ଗକୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମିଳନ ଦେଖିବାକୁ ମିଳେ । ଅନ୍ୟ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଜି ରବିବାର ଦିନ ଏହି ମହା ପଞ୍ଚଶମ୍ଭୁଙ୍କ ମହା ମିଳନ ଦେଖିବାକୁ ମିଳିଛି । ଏହି ମହା ମିଳନରେ ବୌଦ୍ଧ ଜିଲ୍ଲାର କେଳାକଟା, ବିସିପାଲି, ସରଧାପୁର, ରାଣୀଗଞ୍ଜ ଓ ଅନଗୁଳ ଜିଲ୍ଲା ନଗାଁକୁ ଧରି ପଞ୍ଚ ଶମ୍ଭୁ ମିଳନ ହୋଇଛି ।

hiring

ପ୍ରଥମେ ସବୁ ଦଣ୍ଡ ପାର୍ଟି ଆସି ଗ୍ରାମର ଶିବ ମନ୍ଦିରରେ ବେଢ଼ା ପରିକ୍ରମା କରିବା ପରେ ଗ୍ରାମର କୁଞ୍ଜ ମଣ୍ଡପକୁ ଆସି ବେଢ଼ା ପରିକ୍ରମା ସହିତ ଗ୍ରାମରେ ବନ୍ଦନା ଘେନି ଗ୍ରାମରେ ପ୍ରବେଶ କରିଥିଲେ । ପରେ ଗ୍ରାମ ତରଫରୁ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ପରେ ଦ୍ୱିପ୍ରହରରେ ଧୂଳିଦଣ୍ଡ ଓ ସନ୍ଧ୍ୟା ସମୟରେ ଶିବ ମନ୍ଦିର ପ୍ରାଙ୍ଗଣରେ ପୁଣି ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲେ । ସନ୍ଧ୍ୟା ପୂଜା ପରେ ରାତିରେ ପୁଣି ସିଡ଼ି ଅନୁସାରେ ଷୋଳ ସୁଅଙ୍ଗ ନୃତ୍ୟ ପରିବେଷଣ ଓ ପଞ୍ଚଶମ୍ଭୁଙ୍କ ମହମିଳନ ଦେଖିବାକୁ ମିଳିଥିଲା । ଏହି ମହାମିଳନ ଦେଖିବା ପାଇଁ ଆଖପାଖର ପ୍ରାୟ ୧୦ ଖଣ୍ଡ ମୌଜାର ଶହଶହ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ । ଶେଷରେ ସବୁ ଦଣ୍ଡ ପାର୍ଟିକୁ ଗ୍ରାମ ତରଫରୁ ପୁରସ୍କାର ସହିତ ମାନପତ୍ର ଦେଇ ବିଦାୟ ଦିଆଯାଇଥିବା ଜଣାପଡିଛି । ଏହି ପଞ୍ଚ ଶମ୍ଭୁ ମହାମିଳନରେ ଗ୍ରାମର ସଭାପତି- ଦ୍ରୋଣ ଚନ୍ଦ୍ର ସାହୁ, ସମ୍ପାଦକ -ପ୍ରମୋଦ ସାହୁ, ଚିତ୍ତରଞ୍ଜନ ସାହୁ , ଦେବରାଜ ସାହୁ, ଟୁଟୁ ଦାସ, ବିରାଜ ବାରିକଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

6 + 13 =